ନୂଆଦିଲ୍ଲୀ: ନବଗଠିତ ୧୭ତମ ଲୋକସଭାର ପ୍ରଥମ ଅଧିବେଶନର ଶପଥ ଗ୍ରହଣର ଆଜି ଦ୍ୱିତୀୟ ଦିନ। ଶପଥ ଗ୍ରହଣର ଦ୍ୱିତୀୟ ଦିନରେ ଅଭିନେତା ସନ୍ନି ଦେଓଲଙ୍କୁ ନେଇ ଏକ ଖବର ଆସିଛି । ସେ ଶପଥ ଗ୍ରହଣ ସମୟରେ ଶପଥ ପତ୍ରକୁ  ଭୁଲ ପଢ଼ି ଦେଇଥିଲେ। ସନ୍ନି ଦେଓଲଙ୍କ ସହ ଅନ୍ୟ ନବନିର୍ବାଚିତ ସଦସ୍ୟ ବି ଶପଥ ନେଇଛନ୍ତି। ଶପଥ ଗ୍ରହଣର ଦ୍ୱିତୀୟ ଦିନରେ ସେହି ସଦସ୍ୟ ବି ଶପଥ ନେଇଥିଲେ ଯିଏକି ସୋମବାର ଅନୁପସ୍ଥିତ ଥିବା ହେତୁ ଶପଥ ନେଇ ପାରି ନଥିଲେ।

Advertisment

ଅନ୍ୟ ପ୍ରମୁଖ ସଦସ୍ୟଙ୍କ ଭିତରେ ଏଡିଏର ବାଚସ୍ପତି ପ୍ରାର୍ଥୀ ଓମ୍‌ ବିର୍ଲା  ମଧ୍ୟ ଥିଲେ । ଶପଥ ଗ୍ରହଣ ସମୟରେ ତାଙ୍କ ନାମ ଡକା ଯିବା ପରେ  ସରକାରୀ ଦଳର ସଦସ୍ୟମାନେ ଟେବୁଲ ବଡେଇ ଶୁଭେଚ୍ଛା ଜଣାଇଥିଲେ। ଆଜି ଅକାଳି ଦଳର ସୁଖବୀର ବାଦଲ ବି ଶପଥ ନେଇଥିଲେ। ପଞ୍ଜାବରୁ କଂଗ୍ରେସ ଟିକେଟରେ ନିର୍ବାଚିତ ହୋଇଥିବା ମନୀଷ ତିଓ୍ଵାରୀ ଓ ପରନୀତ କୌର ବି ଶପଥ ନେଇଛନ୍ତି। ପଞ୍ଜାବର ଅଧିକାଂଶ ସଦସ୍ୟ ପଞ୍ଜାବୀ ଭାଷାରେ ଶପଥ ନେଇଥିଲେ। ରାଜ୍ୟର ଗୁରୁଦାସପୁର ସିଟ୍‌ରୁ ଭାଜପା ଟିକେଟରେ ବଛା ଯାଇଥିବା ଅଭିନେତା ସନ୍ନି ଦେଓଲଙ୍କ ନାମ ଶପଥ ପାଇଁ ଡକା ଯାଇଥିଲା। ଏହି ସମୟରେ ‘ଭାରତ ମାତା କି ଜୟ’ର ସ୍ଲୋଗାନ ଶୁଣିବାକୁ ମିଳିିଲା। ତେବେ ସନ୍ନି ଦେଓଲ ଇଂରାଜୀ ଶବ୍ଦ ‘ଅପହୋଲଡ’ ବଦଳରେ ‘ଉଇଥ୍‌ହୋଲଡ ’ ପଢ଼ି ଦେଇଥିଲେ। ପରବର୍ତ୍ତୀ ସମୟରେ ସେ ଏହାକୁ ସୁଧାରି ନେଇଥିଲେ।