ଆସନ ହରାଇ ପାରନ୍ତି ସନ୍ନି ଦେଓଲ

ନିର୍ବାଚନୀ ପ୍ରଚାରରେ ଖର୍ଚ୍ଚ ସୀମା ଲଂଘନ କରିଛନ୍ତି

ନୂଆଦିଲ୍ଲୀ : ଅଭିନେତାରୁ ରାଜନେତା ବନିଥିବା ନବ ନିର୍ବାଚିତ ବିଜେପି ସାଂସଦ ସନ୍ନି ଦେଓଲ୍‌ଙ୍କୁ ନିର୍ବାଚନ କମିସନ ନୋଟିସ୍‌ କରିପାରନ୍ତି। ନିକଟରେ ସରିଥିବା ଲୋକସଭା ନିର୍ବାଚନ‌ରେ ସନ୍ନି ନିର୍ବାଚନ କମିସନ୍‌ଙ୍କ ନିର୍ଦ୍ଦେଶ ମାନିନାହାନ୍ତି। ନିର୍ବାଚନୀ ପ୍ରଚାର ଖର୍ଚ୍ଚ ପାଇଁ କମିସନ୍‌ ୭୦ ଲକ୍ଷ ଟଙ୍କା ଧାର୍ଯ୍ୟ କରିଥିବାବେଳେ ସନ୍ନି କମିସନ୍‌ଙ୍କ ନିର୍ଦ୍ଦେଶ ନମାନି ପ୍ରଚାରରେ ୮୬ ଲକ୍ଷ ଖର୍ଚ୍ଚ କରିଛନ୍ତି। ଏନେଇ ସନ୍ନିଙ୍କ ବିରୋଧରେ ଅଭିଯୋଗ ଦାଖଲ ହୋଇଛି ଏବଂ ନିର୍ବାଚନ କମିସନ୍‌ ସନ୍ନିଙ୍କୁ ନୋଟିସ କରିଛନ୍ତି। ଯଦି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ ତେବେ କମିସନ୍‌ ସନ୍ନିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ଏବଂ ଏପରିକି ସନ୍ନିଙ୍କ ସଦସ୍ୟଦା ପଦ ମଧ୍ୟ ରଦ୍ଦ ହୋଇପାରେ ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ ସନ୍ନି ଦେଓଲ ପଂଜାବର ଗୁରୁଦାସପୁର ଲୋକସଭା ଆସନରେ କଂଗ୍ରେସର ସୁନିଲ ଜାଖରଙ୍କ ବିରୋଧରେ ନିର୍ବାଚନ ଲଢ଼ିଥିଲେ।

ସମ୍ବନ୍ଧିତ ଖବର