ନୂଆଦିଲ୍ଲୀ: ଅଭିନେତାରୁ ରାଜନେତା ପାଲଟିଥିବା ସନ୍ନି ଦେଓଲ ପଞ୍ଜାବର ଗୁରୁଦାସପୁର ଆସନରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି। କଂଗ୍ରେସ ପ୍ରାର୍ଥୀ ସୁନିଲ ଜାଖରଙ୍କ ବିରୋଧରେ ସେ ନିର୍ବାଚନ ଲଢ଼ୁଛନ୍ତି। ତେବେ ଗୁରୁଦାସପୁରରେ ନିର୍ବାଚଚ ପ୍ରଚାର ସମୟରେ ସନ୍ନି ଯେଭଳି ବୟାନ ଦେଉଛନ୍ତି ତାହା ବିଜେପିର ଅଡ଼ୁଆ ବଢ଼ାଇ ଦେଉଛି। ସନ୍ନି ସ୍ବୀକାର କରିଛନ୍ତି ଯେ ସେ ରାଜନୀତି ବିଷୟରେ କିଛି ଜାଣନ୍ତିନି। କିନ୍ତୁ ନିଜକୁ ଜଣେ ଦେଶଭକ୍ତ କହି ସେ ଦେଶପାଇଁ କାମ କରିବେ ବୋଲି କହିଛନ୍ତି। ଅନ୍ୟପକ୍ଷେ ସନ୍ନିଙ୍କ ବାପା ଧର୍ମେନ୍ଦ୍ର ଗତ ଦୁଇ ଦିନ ତଳେ କହିଥିଲେ, ସେ ସନ୍ନିଙ୍କ ବିରୋଧରେ ଯଦି ସୁନିଲ ଜାଖର ନିର୍ବାଚନ ଲଢ଼ୁଥିବା କଥା ପୂର୍ବରୁ ଜାଣିଥାନ୍ତେ ତେବେ ସେ ପୁଅକୁ କେବେ ବି ନିର୍ବାଚନ ଲଢ଼ିବାପାଇଁ ଅନୁମତି ଦେଇନଥାନ୍ତେ। ତେବେ ବାପ-ପୁଅଙ୍କ ଏହି କଥା ବିଜେପି ପାଇଁ ଅଡ଼ୁଆ ସୃଷ୍ଟି କରିଛି। ଭୋଟରଙ୍କ ଉପରେ ଏହା ପ୍ରଭାବ ପକାଇବ ବୋଲି କୁହାଯାଉଛି। ରାଜନୀତି ବିଷୟରେ କିଛି ଜାଣିନିଥିବା ସନ୍ନିଙ୍କୁ ବିଜେପି କିଭଳି ସାଂସଦ ପ୍ରାର୍ଥୀ କଲା ସେ ନେଇ ମଧ୍ୟ ଏବେ ପ୍ରଶ୍ନ ଉଠିଛି।
ରାଜନୀତି ବିଷୟରେ କିଛି ଜାଣିନି କହିଲେ
ବିଜେପି ଅଡ଼ୁଆ ବଢ଼ାଇଲେ ସନ୍ନି
/sambad/media/post_attachments/wp-content/uploads/2019/05/download-2-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)