ନିଜ ଆଡମିଟ୍ କାର୍ଡରେ ସନି ଲିଓନିଙ୍କ ଫଟୋ ଦେଖି ଚକିତ ହେଲେ ଛାତ୍ରୀ

ବେଙ୍ଗାଲୁରୁ : କର୍ଣ୍ଣାଟକ ଶିକ୍ଷକ ନିଯୁକ୍ତି ପରୀକ୍ଷା ଦେଉଥିବା ଜଣେ ଛାତ୍ରୀ ନିଜ ଆଡମିଟ୍ କାର୍ଡରେ ଅଭିନେତ୍ରୀ ସନି ଲିଓନିଙ୍କ ଫଟୋ ଦେଖି ଚକିତ ହୋଇଯାଇଥିଲେ । ସୋସିଆଲ ମିଡିଆରେ ଏହି ଆଡମିଟ କାର୍ଡର ଫଟୋ ବୁଲିବା ପରେ ପ୍ରଶାସନ ପକ୍ଷରୁ ଏହାର ତଦନ୍ତ ନିର୍ଦେଶ ଦିଆଯାଇଛି ।

ଏହି ଘଟଣାକୁ ନେଇ କର୍ଣ୍ଣାଟକ କଂଗ୍ରେସର ସୋସିଆଲ ମିଡିଆ ଅଧ୍ୟକ୍ଷ ବି.ଆର. ନାଇଡୁ ମଙ୍ଗଳବାର ଅଭିଯୋଗ କରିଛନ୍ତି ଯେ ରାଜ୍ୟ ଶିକ୍ଷା ବିଭାଗ ପ୍ରାର୍ଥୀଙ୍କ ଫଟୋ ପରିବର୍ତ୍ତେ ହଲ୍ ଟିକେଟରେ ବୟସ୍କ ଅଭିନେତ୍ରୀଙ୍କ ଫଟୋ ଛାପିଛି । ଯେଉଁ ଦଳର ସଦସ୍ୟ  ବିଧାନସଭାରେ  ଆପତ୍ତିଜନକ ଚଳଚ୍ଚିତ୍ର ଦେଖୁଛନ୍ତି, ସେହି ଦଳଠାରୁ କଣ ଆଶା କରାଯାଇପାରିବ ବୋଲି ସେ କହିଛନ୍ତି ?

ତେବେ ଏହି ଅଭିଯୋଗର ଉତ୍ତର ରଖି କର୍ଣ୍ଣାଟକ ଶିକ୍ଷା ମନ୍ତ୍ରୀ ବିସି ନାଗେଶ କହିଛନ୍ତି ଯେ, ଛାତ୍ରଛାତ୍ରୀମାନେ ନିଜେ ନିଜର ଫଟୋ ଅପଲୋଡ କରିଥାନ୍ତି । କମ୍ପ୍ୟୁଟର ସେହି ଅନୁସାରେ ଆଡମିଟ କାର୍ଡ ପ୍ରସ୍ତୁତ କରିଥାଏ ।

ଏ ବିଷୟରେ ସଂପୃକ୍ତ ଛାତ୍ରୀଙ୍କୁ ପଚରାଯିବାରୁ ସେ ଏକ ଆଶ୍ଚର୍ଯ୍ୟଜନକ ଉତ୍ତର ଦେଇଛନ୍ତି । ସେ କହିଛନ୍ତି, ସେ ନିଜେ ପରୀକ୍ଷାର ଫର୍ମ ପୂରଣ କରିନଥିଲେ ଓ ତାଙ୍କ ସ୍ବାମୀଙ୍କ ବନ୍ଧୁ ଏହା କରିଥିଲେ । ଏଣୁ ସେ ଫଟୋ ଅପଲୋଡ କରିଥାଇପାରନ୍ତି ।

ଏହି ଘଟଣା ସମଗ୍ର ରାଜ୍ୟରେ ଟର୍ଚ୍ଚାର ବିଷୟ ହୋଇଛି ।

 

 

ସମ୍ବନ୍ଧିତ ଖବର