ଅହମ୍ମଦାବାଦ: ଆଇପିଏଲ ୨୦୨୪ର ୧୨ତମ ମ୍ୟାଚରେ ରବିବାର ଗୁଜୁରାଟ ଟାଇଟନ୍ସ (ଜିଟି) ଏବଂ ସନରାଇଜର୍ସ ହାଇଦ୍ରାବାଦ (ଏସ୍ଆର୍‌ଏଚ୍) ମୁହାଁମୁହିଁ ହୋଇଛନ୍ତି। ଗୁଜୁରାଟର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ ପ୍ୟାଟ୍ କମିନ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗୁଜୁରାଟ ଟାଇଟନ୍ସ ଅଧିନାୟକ ଶୁବମାନ ଗିଲ୍‌ଙ୍କ ନେତୃତ୍ବରେ ବୋଲିଂ କହିବାକୁ ପଡ଼ିଆକୁ ଓହ୍ଲାଇଛନ୍ତି।

Advertisment

ଗୁଜୁରାଟ ଟାଇଟନ୍ସ ପ୍ଲେଇଙ୍ଗ୍ ୧୧ରେ ଋଧିମାନ ଶାହା (ୱିକେଟ କିପର), ଶୁବମାନ୍ ଗିଲ୍ (ଅଧିନାୟକ),ଅଜମତୁଲ୍ଲାହ ଓମରଜଇ, ଡେଭିଡ୍ ମିଲର, ବିଜୟ ଶଙ୍କର, ରାହୁଲ ତେବନିଆ, ରଶିଦ ଖାନ, ଉମେଶ ଯାଦବ, ମୋହିତ ଶର୍ମା, ଦର୍ଶନ ନାଲକଣ୍ଡେ ରହିଛନ୍ତି।

ସେହିପରି ସନରାଇଜର୍ସ ହାଇଦ୍ରାବାଦ ପ୍ଲେଇଙ୍ଗ୍ ୧୧ରେ ହେନରିଚ୍ କ୍ଲେସନ (ୱିକେଟ କିପର). ପ୍ୟାଟ୍ କମିନ୍ସ (ଅଧିନାୟକ), ମୟଙ୍କ ଅଗ୍ରୱାଲ୍, ଟ୍ରାଭିସ୍ ହେଡ୍, ଅଭିଷେକ ଶର୍ମା, ଏଡେନ୍ ମାର୍କରାମ, ଅବଦୁଲ୍ ସମଦ, ଶାହବାଜ୍ ଅହମ୍ମଦ, ଭୁବନେଶ୍ବର କୁମାର, ମୟଙ୍କ ମାର୍କେଣ୍ଡ, ଜୟଦବ ଉନାଦକର ରହିଛନ୍ତି।