ହାଇଦ୍ରାବାଦ୍: ଆଇପିଏଲ୍‌ର ୬୯ତମ ମ୍ୟାଚ୍‌ରେ ସନ୍ ରାଇଜର୍ସ ହାଇଦ୍ରାବାଦ୍(ଏସଆରଏଚ) ପଞ୍ଜାବ କିଙ୍ଗସ୍(ପିବିକେଏସ)କୁ ପରାଜିତ କରିଛି।
ଧାର୍ଯ୍ୟ ୨୧୫ ରନ୍‌ର ପିଛା କରି ସନ୍ ରାଇଜର୍ସ ହାଇଦ୍ରାବାଦ୍ ୧୯.୧ ଓଭରରେ ୬ ୱିକେଟ ହରାଇ ୨୧୫ ରନ୍ କରିଛି।

Advertisment

ସନ୍ ରାଇଜର୍ସ ହାଇଦ୍ରାବାଦ୍ ପକ୍ଷରୁ ଅଭିଷେକ ଶର୍ମା ୬୬ ରନ୍ କରିଥିବାବେଳେ ରାହୁଲ ତ୍ରିପାଠି ୩୩ ରନ୍ କରିଥିଲେ। ସେହିପରି ନୀତୀଶ ରେଡ୍ଡୀ ୩୭ ରନ୍, ହେନରିଚ୍ କ୍ଲାସନ ୪୨ ରନ୍, ଅବଦୁଲ୍ ସମଦ ୧୧ ରନ୍ କରିଥିଲେ।

ହାଇଦ୍ରାବାଦ୍‌ର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ୍ ଅଧିନାୟକ ଜିତେଶ ଶର୍ମା ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ସନ୍ ରାଇଜର୍ସ ହାଇଦ୍ରାବାଦ୍ ଅଧିନାୟକ ପ୍ୟାଟ୍ କୁମିନ୍ସଙ୍କ ନେତୃତ୍ବରେ ବୋଲିଂ କରିବା ଆରମ୍ଭ କରିଥିଲା।

ପଞ୍ଜାବ କିଙ୍ଗସ୍ ଧାର୍ଯ୍ୟ ୨୦ ଓଭରରେ ୫ ୱିକଟେ ହରାଇ ୨୧୪ ରନ୍ କରିଥିଲା। ଫଳରେ ସନ୍ ରାଇଜର୍ସ ହାଇଦ୍ରାବାଦ୍ ପାଇଁ ବିଜୟ ଲକ୍ଷ୍ୟ ୨୧୫ ରନ୍ ରହିଥିଲା।

ପଞ୍ଜାବ କିଙ୍ଗସ୍ ପକ୍ଷରୁ ଅର୍ଥଭା ଟାଇଡେ ୪୬ ରନ୍ କରିଥିବାବେଳେ ପ୍ରଭସିମରନ୍ ସିଂ ୭୧ ରନ୍ କରିଥିଲେ। ସେହିପରି ରିଲ୍ ରୋସଓ ୪୯ ରନ୍ , ଜିତେଶ ଶର୍ମା ୨୬ ରନ୍ କରିଥିଲେ।