ଆସନ୍ତା ୨୧ ତାରିଖରେ ହେବାକୁ ଯାଉଛି ଚଳିତ ବର୍ଷର ପ୍ରଥମ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ

ନୂଆଦିଲ୍ଲୀ : ଗତ ୬ ତାରିଖ ଦିନ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟଗ୍ରହଣ ହୋଇଥିଲା ଆଉ ଆସନ୍ତା ୨୧ ତାରିଖରେ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ହେବାକୁ ଯାଉଛି । ବୈଜ୍ଞାନିକ ଦୃଷ୍ଟିକୋଣରୁ ଏହି ଚନ୍ଦ୍ରଗ୍ରହଣକୁ ବିଶେଷ ଗୁରୁତ୍ବ ଦିଆଯାଉଛି । କାରଣ ହେବାକୁଥିବା ସମ୍ପୂର୍ଣ୍ଣ ଚନ୍ଦ୍ର ଗ୍ରହଣକୁ ବୈଜ୍ଞାନିକ ଭାଷାରେ ସୁପର ବ୍ଲଡ ମୁନ୍ କୁହାଯାଉଛି । ସୂଚନା ଅନୁସାରେ ଏଥରର ପୂର୍ଣ୍ଣମୀ ଚନ୍ଦ୍ର ପୂର୍ବ ଚନ୍ଦ୍ର ଗ୍ରହଣ ଠାରୁ ୧୪ ପ୍ରତିଶତ ବଡ ଏବଂ ୩୦ ପ୍ରତିଶତ ଅଧିକ ଉଜ୍ବଳ ଦେଖାଯିବ।

ସକାଳ ୧୦.୧୧ମିନିଟରୁ ଗ୍ରହଣ ଆରମ୍ଭ ହୋଇ ଦିନ ୧୧.୧୨ ମିନିଟରେ ଗ୍ରହଣ ଛାଡିବ
ଭାରତରେ ଦୃଶ୍ୟମାନ ହେବ ନାହିଁ

ଭାରତୀୟ ସମୟ ଅନୁସାରେ ୨୧ ତାରିଖ ସକାଳ ୧୦.୧୧ମିନିଟରୁ ଗ୍ରହଣ ଆରମ୍ଭ ହୋଇ ୧ ଘଣ୍ଟା ଧରି ଗ୍ରହଣ ରହିବା ପରେ ପୂର୍ଣ୍ଣଗ୍ରାସ ହେବ । ଦିନ ୧୧.୧୨ ମିନିଟରେ ଗ୍ରହଣ ଛାଡିବ । ଏହାସହ ଏହି ପୂର୍ଣ୍ଣମୀ ଚନ୍ଦ୍ର ଅଧିକ ଗାଢ ଲାଲ ଦେଖାଯିବ । ଏଥରର ପୂର୍ଣ୍ଣଚନ୍ଦ୍ରଙ୍କୁ ରକ୍ତଚନ୍ଦ୍ର ଆଖ୍ୟା ଦିଆଯାଇଛି । ବୈଜ୍ଞାନିକଙ୍କ ଅନୁସାରେ ଯେତେବେଳେ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳ ରେଖାରେ ଅବସ୍ଥାନ କରନ୍ତି ସେତେବେଳେ ପୃଥିବୀର ଛାଇ ଚନ୍ଦ୍ରଙ୍କ ଉପରେ ପଡେ ଓ ଚନ୍ଦ୍ର ଗ୍ରହଣ ହୁଏ ।

ଜ୍ୟୋର୍ତିବିତ୍ ଙ୍କ କହିଗ୍ରହଣ ନିୟମ ୧୨ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଯାଏ । ତେଣୁ ୨୦ ତାରିଖ ରାତି ୯ଟାରୁ ଗ୍ରହଣ ନିୟମ ଲାଗୁ ହୋଇଯିବ । ତେବେ ଚଳିତ ଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ । ଆଫ୍ରିକା, ୟୁରୋପୀୟ ଦେଶ, ଉତ୍ତର ଦକ୍ଷିଣ ଆମେରିକା ଏବଂ ମଧ୍ୟ ପ୍ରଶାନ୍ତ ମହାସାଗରୀୟ ଦ୍ବୀପରେ ଦୃଶ୍ୟମାନ ହେବ । ଚଳିତ ବର୍ଷ ଆରମ୍ଭରେ ପଡିଥିବା ସୂର୍ଯ୍ୟଗ୍ରହଣ ମଧ୍ୟ ଭାରତରେ ଦୃଶ୍ୟ ହୋଇନଥିଲା ।

ସମ୍ବନ୍ଧିତ ଖବର