ଜାନୁୟାରୀରେ ଦେଖାଯିବ ସୁପର ବ୍ଲଡ ଓଲଫ ମୁନ, ଜାଣନ୍ତୁ ଏହି ବିରଳ ମହାଜାଗତିକ ଘଟଣା ବିଷୟରେ

ଭୁବନେଶ୍ୱର : ୨୦୧୮ ଜାନୁୟାରୀ ପରି ୨୦୧୯ ଜାନୁୟାରୀରେ ମଧ୍ୟ ଏକ ବିରଳ ମହାଜାଗତିକ ଘଟଣା ଘଟିବାକୁ ଯାଉଛି । ଆସନ୍ତା ଜାନୁୟାରୀ ୨୦ ଓ ୨୧ରେ ଦୃଶ୍ୟମାନ ହେବ ସୁପରବ୍ଲଡ ଓଲଫ ମୁନ । ଜାନୁୟାରୀ ୨୧ରେ ବର୍ଷର ପ୍ରଥମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବାକୁ ଯାଉଥିବାବେଳେ ଏହାକୁ କୁହାଯାଉଛି ସୁପରବ୍ଲଡ ଓଲଫ ମୁନ ଏକଲିପ୍ସ । ଏପରି ହେଲେ ଚନ୍ଦ୍ରର ରଂଗ ଲାଲ ତମ୍ବାରଙ୍ଗର ଦେକାଯିବ ।

ତେବେ ଏହି ନାଁଟି କାହିଁକି ଦିଆଯାଇଛି ? ତିନୋଟି ନାଁ ମିଶି ଏହି ନାଁ ତିଆରି କରାଯାଇଛି । ପ୍ରଥମତଃ ଏହା ଏକ ସୁପର ମୁନ, ୨ୟରେ ଏକ ବ୍ଲଡ ମୁନ ଓ ୩ୟରେ ଏକ ଓଲଫ ମୁନ । ଓଲଫ ବା ଗଧିଆ ମୁନ ନାମକରଣ ଆମେରିକାରେ କରାଯାଇଛି । ଆମେରିକାର ମୂଳ ଅଧିବାସୀମାନଙ୍କ ଦ୍ୱାରା ଏହି ନାମକରଣ ହୋଇଛି । କାରଣ ଆମେରିକାର ଏହି ଅଧିବାସୀଙ୍କ ବିଶ୍ୱାସ ଅଛି ଯେ ଏହି ନିର୍ଦ୍ଧିଷ୍ଟ ପୂର୍ଣ୍ଣିମାରେ ଚନ୍ଦ୍ର ଉଦୟ ହେବାପରେ ଜଙ୍ଗଲରୁ ଗଧିଆମାନେ ଶିକାର ଅନେ୍ଵଷଣରେ ବାହାରନ୍ତି । ସେଥିପାଇଁ ଏହାକୁ ଓଲଫ ମୁନ ବା ଗଧିଆ ଚନ୍ଦ୍ର ବୋଲି କୁହାଯାଏ । ଏହି ସୁପର ବ୍ଲଡ ଓଲଫ ମୁନ ଆସନ୍ତା ଜାନୁୟାରୀ ୨୦ରେ ଆମେରିକା ଓ ବିଶ୍ୱର ବିଭିନ୍ନ ସ୍ଥାନରେ ଦୃଶ୍ୟମାନ ହେବ । ତେବେ ଭାରତରେ ସୁପର ବ୍ଲଡ ଓଲଫ ମୁନ ଦେଖାଗଲେ ମଧ୍ୟ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ ନାହିଁ । ଏଥିପାଇଁ ଦେବନୀତି ଯଥାରୀତି ସ୍ୱାଭାବିକ ରହିବ ।

ସମ୍ବନ୍ଧିତ ଖବର