ଭୁବନେଶ୍ୱର: ଆଜିର ବିରଳ ମହାଜାଗତିକ ଘଟଣା ସୁପର ବ୍ଲୁ ବ୍ଲଡ ମୁନ୍ ଦୃଶ୍ୟମାନ ହେବା ଆରମ୍ଭ ହୋଇଯାଇଛି । ଓଡ଼ିଶାରେ ଏହାକୁ ନେଇ ଅତ୍ୟନ୍ତ ଆଗ୍ରହ ପ୍ରକାଶ ପାଇଛି । ଏହାକୁ ଦେଖିବା ପାଇଁ ଲୋକମାନେ ଖୋଲାସ୍ଥାନ ମାନଙ୍କରେ ଜମା ହୋଇଥିବା ଦେଖାଯାଇଛି ।

Advertisment

ବିଭିନ୍ନ ଦୃଷ୍ଟି କୋଣରୁ ଏହା ଏକ ଅତି ବିରଳ ମହାଜାଗତିକ ଘଟଣା, କାରଣ ପ୍ରଥମତଃ ବ୍ଲୁମୁନ ବା ନୀଳ ଜହ୍ନ, ଦ୍ୱିତୀୟରେ ,ସୁପର ମୁନ ବା ବଡ଼ ଜହ୍ନ ଓ ତୃତୀୟରେ ବ୍ଲଡ ମୁନ ବା ଲୋହିତ ଜହ୍ନ । ଏଣୁ ତିନୋଟି ମହାଜାଗତିକ ଘଟଣା ଏକାଠି ହୋଇଛି । ଏହାକୁ କୁହାଯାଉଛି ସୁପର ବ୍ଲୁ ବ୍ଲଡ ମୁନ ବା ବିଶାଳ ନୀଳ ଲୋହିତ ଜହ୍ନ । ଗୋଟିଏ ମାସରେ ଦୁଇଟି ପୂର୍ଣ୍ଣିମା ପଡିଲେ ତାହାକୁ ବ୍ଲୁ ମୁନ ବା ନୀଳ ଜହ୍ନ କୁହାଯାଏ । ଚନ୍ଦ୍ର ପୃଥିବୀର ସବୁଠାରୁ ନିକଟକୁ ଆସିଲେ ତାହା ଟିକିଏ ବଡ଼ ଦେଖାଯାଏ । ଏହାକୁ ସୁପର ମୁନ ବା ବିଶାଳ ଜହ୍ନ ବୋଲି କୁହାଯାଏ । ଅନ୍ୟପକ୍ଷରେ ଚନ୍ଦ୍ରଗ୍ରହଣ ବେଳେ ଚନ୍ଦ୍ର ଓ ସୂର୍ଯ୍ୟ ମଝିରେ ପୃଥିବୀ ରହେ । ଫଳରେ ଚନ୍ଦ୍ର ଉପରେ ସୂର୍ଯ୍ୟାଲୋକ ପଡିପାରେ ନାହିଁ । କିନ୍ତୁ ଚନ୍ଦ୍ର ଉପରେ ପଡୁଥିବା ପୃଥିବୀର ଆଲୋକ ଆମକୁ ଦେଖାଯାଏ । ଏହି ଝାପସା ଆଲୋକ ପୃଥିବୀର ବାୟୁମଣ୍ଡଳ ଦେଇ ଆସିବାପରେ ଆମକୁ ଲାଲ ଦେଖାଯାଏ । କାରଣ ଲାଲ ରଂଗର େଓ୍ଵଭ ଲେଙ୍ଗଥ ବା ତରଙ୍ଗ ଦୈର୍ଘ୍ୟ ଅଧିକ ।

ପୂର୍ବରୁ ୧୯୮୨ରେ ଏପରି ଘଟଣା ଘଟିଥିଲା ଓ ଆଉ ଏକ ଏପରି ଘଟଣା ୨୦୩୭ରେ ଅନୁଷ୍ଠିତ ହେବ ।