ନୂଆଦିଲ୍ଲୀ: ଚନ୍ଦ୍ରର ଏକ ବରଳ ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଦୃଶ୍ୟ ଦେଖିବାରେ ଯଦି କେହି ମିସ୍ କରି ଦିଅନ୍ତି ତେବେ ପୁଣିଥରେ ଏଭଳି ଦୃଶ୍ୟ ଦେଖିବାକୁ ଆହୁରି ୭ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ବୋଲି କୁହାଯାଉଛି। ‘ସୁପର୍ ସ୍ନୋ ମୁନ୍’ ପୂର୍ବ ଅପେକ୍ଷା ସବୁଠାରୁ ବଡ଼ ଓ ଉଜ୍ଜ୍ୱଳ ଦେଖାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ନାସାର କହିବାନୁସାରେ, ମଙ୍ଗଳବାର ଦିନ ଚନ୍ଦ୍ର ପୃଥିବୀର ଅତି ନିକଟତର ହେବ। ତା’ପରେ ପୁଣି ଯାଇ ଡିସେମ୍ବର ୨୦୨୬ରେ ପୂର୍ଣ୍ଣମୀରେ ଜହ୍ନ ପୃଥିବୀର ନିକଟତର ହେବ। ଆଜି ରାତିର ଜହ୍ନ ଗୋଲେଇରେ୧୪ପ୍ରତିଶତ ବଡ଼ ଓ ୩୦ ପ୍ରତିଶତ ତୋଫା ଦିଶିବ। ଏହାକୁ ଦେଖିବାକୁ ସଠିକ୍ ସମୟ ୯ଟା ବାଜି ୨୩ ମିନିଟ୍ ରହିଥିବା ନାସା ଘୋଷଣା କରିଛି।
ଫେବ୍ରୁଆରିରେ ଦେଖାଯିବାକୁ ଥିବା ଚନ୍ଦ୍ରର ଏହି ଦୃଶ୍ୟକୁ ସୁପରମୁନ୍ ବୋଲି କୁହାଯାଇଥାଏ। ଗତ ମାସରେ ସୁପର ବ୍ଲଡ ମୁନ୍ ଆମେରିକାର କିଛି ଅଂଶରେ ନଜର ଆସିଥିଲା। କିନ୍ତୁ ଆଜି ଚନ୍ଦ୍ରର ଦୃଶ୍ୟ କିଛି ଭିନ୍ନ ରହିବ।