ରୋମ୍ : ପୂର୍ବରୁ ଜଣାଥିଲା ଯେ ପଦାର୍ଥର ୩ଟି ଅବସ୍ଥା ରହିଛି- କଠିନ, ତରଳ ଓ ବାଷ୍ପୀୟ । କିନ୍ତୁ ବିଜ୍ଞାନର ଅଗ୍ରଗତି ସହ ପରେ ପଦାର୍ଥର ଆଉ ୨ଟି ଅବସ୍ଥା ସଂପର୍କରେ ଜଣାପଡ଼ିଥିଲା । ତାହା ହେଉଛି ପ୍ଲାଜମା ଓ ବୋସ୍ ଆଇନଷ୍ଟାଇନ କନଣ୍ଡେନସେଟ୍ । କିନ୍ତୁ ଆଲୋକକୁ ଯେ କଠିନ ପଦାର୍ଥରେ ପରିଣତ କରାଯାଇପାରିବ ତାହା ଅସମ୍ଭବ ଲାଗୁଥିଲା । ଏବେ ଏହି ଚମତ୍କାର କରିଦେଖାଇଛନ୍ତି ଇଟାଲୀର ବୈଜ୍ଞାନିକମାନେ ।
ଇଟାଲୀର ଜାତୀୟ ଗବେଷଣା ପରିଷଦର ବୈଜ୍ଞାନିକମାନେ ପ୍ରଥମ ଥର ପାଇଁ ଆଲୋକକୁ କଠିନ ଅବସ୍ଥାରେ ପରିଣତ କରିବାରେ ସଫଳ ହୋଇଛନ୍ତି। ଏହାକୁ ପଦାର୍ଥର ସୁପରସଲିଡ୍ ଅବସ୍ଥା ବୋଲି କୁହାଯାଉଛି ।
ପୂର୍ବରୁ ବିଶ୍ୱାସ କରାଯାଉଥିଲା ଯେ ଆମେ ସୂର୍ଯ୍ୟଙ୍କଠାରୁ ଆମ ପାଖକୁ ଆସୁଥିବା ଆଲୋକକୁ ଅନ୍ୟ କୌଣସି ରୂପରେ ପରିବର୍ତ୍ତନ କରିପାରିବୁ ନାହିଁ। କିନ୍ତୁ ଏବେ ଅସମ୍ଭବ ସମ୍ଭବ ହୋଇଛି । ଇଟାଲୀର ଜାତୀୟ ଗବେଷଣା ପରିଷଦର ବୈଜ୍ଞାନିକମାନେ ପ୍ରଥମ ଥର ପାଇଁ ଆଲୋକକୁ କଠିନ ଅବସ୍ଥାରେ ପରିଣତ କରିବାରେ ସଫଳ ହୋଇଛନ୍ତି। ଏହାକୁ ପଦାର୍ଥର ସୁପରସଲିଡ୍ ଅବସ୍ଥା ବୋଲି କୁହାଯାଉଛି । ଏହି ସଫଳତାକୁ କ୍ୱାଣ୍ଟମ୍ ଫିଜିକ୍ସରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଭାବରେ ବିବେଚନା କରାଯାଉଛି। ବୈଜ୍ଞାନିକମାନେ ଏହା ମଧ୍ୟ ଦାବି କରିଛନ୍ତି ଯେ ଆଲୋକକୁ କେବଳ କଠିନ ନୁହେଁ, ତରଳ ଅବସ୍ଥାକୁ ବି ଆଣିହେବ । ଏହି ଆବିଷ୍କାର ଭୌତିକ ବିଜ୍ଞାନ ଜଗତରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବାକୁ ଯାଉଛି । ବିଶେଷକରି କ୍ବାଣ୍ଟମ ସାମଗ୍ରୀ ପ୍ରସ୍ତୁତ କରିବାରେ ପଥ ଉନ୍ମୁକ୍ତ ହେବ ।