ମହାବାତ୍ୟା ମାଂଖୁଟ ପୂର୍ବରୁ ଚମତ୍କାର ଘଟଣା, ଲକ୍ଷ ଲକ୍ଷ ମାଛ ଆପେ ଆପେ ସ୍ଥଳଭାଗକୁ ଡେଇଁଲେ (ଭିଡିଓ ଦେଖନ୍ତୁ)

ମାନିଲା: ଦକ୍ଷିଣ-ପୂର୍ବ ଏସୀୟ ଦେଶ ଫିଲିପାଇନ୍ସରେ ମାଡ ହୋଇଛି ସୁପର ଟାଇଫୁନ ମାଂଖୁଟ । ଏହା ଦ୍ୱାରା ଉତ୍ତର-ଫିଲିପାଇନ୍ସରେ ପ୍ରବଳ କ୍ଷୟକ୍ଷତି ହୋଇଛି । ସ୍ଥଳଭାଗ ଛୁଇଁବା ପୂର୍ବରୁ ଏହି ଝଡ଼ର ପ୍ରଭାବରେ ପବନ ଘଣ୍ଟାପ୍ରତି ୨୦୦ ମାଇଲ ( ୩୨୫ କିଲୋମିଟର) ପର୍ଯ୍ୟନ୍ତ ବଢିଯାଇଥିଲା ।

 

ଏହି ସାମୁଦ୍ରିକ ମହାବାତ୍ୟା ଏବେ ଦକ୍ଷିଣ ଚୀନ ସାଗର ଓ ହଂକଂ ଆଡକୁ ଯାଇ ସେଠାରେ ମଧ୍ୟ ଧ୍ୱଂସ ଲୀଳା ରଚାଇଛି । ତେବେ ଗତକାଲି ଏହି ମହାବାତ୍ୟା ନିଜ ପ୍ରଭାବ ଆରମ୍ଭ କରିବାର କିଛି ସମୟ ପୂର୍ବରୁ ହଂକଂ ଉପକୂଳରେ ଏକ ଅଜବ ଘଟଣା ଘଟିଥିଲା । ବୋଧହୁଏ ସମୁଦ୍ରର ମାଛମାନେ ଏହି ମହାପ୍ରଳୟକୁ ଆଗୁଆ ଜାଣିପାରିଥିଲେ । ଲକ୍ଷ ଲକ୍ଷ ସଂଖ୍ୟାରେ ମାଛ ହଠାତ ସମୁଦ୍ରପାଣିରୁ ସ୍ଥଳଭାଗକୁ ଡେଇଁବା ଆରମ୍ଭ କଲେ । ଏହାକୁ ଦେଖି ଲୋକମାନେ ତାଜୁବ ହୋଇଯାଇଥିଲେ । ଏହା ଆଗତ ମହାବାତ୍ୟାର ଏକ ଲକ୍ଷଣ ବୋଲି କେତେକ ଲୋକେ କହିଥିଲେ । ଗତକାଲି ଆମେରିକାର କାରୋଲିନା ରାଜ୍ୟରେ ମଧ୍ୟ ସାମୁଦ୍ରିକ ବାତ୍ୟା ଫ୍ଲୋରେନ୍ସ ତାଣ୍ଡବ ରଚାଇଥିଲା ।

ସମ୍ବନ୍ଧିତ ଖବର