ଲୋମଟାଙ୍କୁରା ଦୃଶ୍ୟ: ପୁଅକୁ ବଞ୍ଚାଇବା ପାଇଁ ଷଣ୍ଢ ସାମ୍ନାକୁ ଡେଇଁ ପଡ଼ିଲେ ବାପା

ୱାଶିଂଟନ: ଆମେରିକାରରୁ ଏକ ଲୋମଟାଙ୍କୁରା ଘଟଣାର ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଷଣ୍ଢ ଆକ୍ରମଣରୁ ନିଜ ପୁଅର ଜୀବନ ବଞ୍ଚାଇବା ପାଇଁ ବାପା ନିଜ ଜୀବନ ବାଜି ଲଗାଇ ଦେଇଥିବା ଦେଖିବାକୁ ମିଳିଛି। ଉକ୍ତ ବ୍ୟକ୍ତିଙ୍କ ନାମ ଲୁସିୟାନର ଲୈଡିସ୍ ହୁକ ବୋଲି ଜଣାପଡ଼ିଛି।

ଆମେରିକାରେ ଷଣ୍ଢ ଦୌଡ଼ ପ୍ରତିଯୋଗିତା ଆୟୋଜିତ ହୋଇଥାଏ। ଏହି ଖେଳ ଯେତିକି ବିପଦପୂର୍ଣ୍ଣ ହୋଇଥାଏ,  ଲୋକେ  ଦେଖିବାକୁ ବି ସେତିକି ଆଗ୍ରହୀ ହୋଇଥାଆନ୍ତି। ଏହି ପ୍ରତିଯୋଗିତାରେ ଭାଗ ନେଉଥିବା ଅନେକ ପ୍ରତିଯୋଗୀ ବିଜୟୀ ହେବା ପାଇଁ ବହୁ କଷ୍ଟ ଓ ଯନ୍ତ୍ରଣାର ସାମ୍ନା କରିଥାଆନ୍ତି। ଏମିତି କି ଗୁରୁତର ଆହତ ମଧ୍ୟ ହୋଇଥାଆନ୍ତି।

ତେବେ ଏହି ପ୍ରତିଯୋଗିତାରେ ଗୋଟିଏ ଅଙ୍କ ହାସଲ କରିବାକୁ ହେଲେ ଷଣ୍ଢ ଉପରେ ପ୍ରତିଯୋଗୀଙ୍କୁ ଗୋଟିଏ ହାତରେ ୮ ସେକେଣ୍ଡ ବସିବାକୁ ପଡ଼େ। ଏହି ସମୟରେ ଷଣ୍ଢ ନିଜ ଉପରେ ବସିଥିବା ବ୍ୟକ୍ତିଙ୍କୁ ତଳକୁ ଖସେଇବାକୁ ଚେଷ୍ଟା କରିଥାଏ। ଯିଏ ୮ସେକେଣ୍ଡ ପର୍ଯ୍ୟନ୍ତ ନଖସି ବସି ରହିଥାଏ ସେ ହୁଏ ବିଜେତା।

 

 

View this post on Instagram

 

A post shared by Cody Hooks (@cody__hooks)

ନିକଟରେ ଆୟାଜିତ ହୋଇଥିବା ଷଣ୍ଢ ଦୌଡ଼ ପ୍ରତିଯୋଗିତାରେ ଲୁସିୟାନର ଲୈଡିସ୍ ହୁକଙ୍କ ୧୮ବର୍ଷର ପୁଅ ଭାଗ ‌ନେଇଥିଲା। ସେ ଷଣ୍ଢ ଉପରେ ବସିବା ସମୟରେ ତଳେ  କଚାଡ଼ି ହୋଇ ପଡ଼ି ଅଚେତ ହୋଇପଡ଼ିଥିଲା। ପୁଅକୁ ଏପରି ଅବସ୍ଥାରେ ଦେଖି ସହି ପାରି ନଥିଲେ ବାପା । ସେ ସଙ୍ଗେସଙ୍ଗେ ଘଟଣାସ୍ଥଳକୁ ଦୌଡ଼ି ଯାଇ ନିଜ ଜୀବନକୁ ବାଜି ଲଗାଇ ପୁଅକୁ ଷଣ୍ଢ ଆକ୍ରମଣରୁ ରକ୍ଷା କରିଥିଲେ।

ସମ୍ବନ୍ଧିତ ଖବର