ଭୁବନେଶ୍ବର: ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା’ରେ (ପିଏମ୍ଜିକେଏୱାଇ) ‘ଜାତୀୟ ଖାଦ୍ୟ ସୁରକ୍ଷା ଆଇନ’ ଅଧୀନସ୍ଥ ହିତାଧିକାରୀମାନଙ୍କୁ ଆହୁରି ୮ ମାସ ପାଇଁ ମାଗଣାରେ ଚାଉଳ ଯୋଗାଇ ଦେବାକୁ ଅନୁରୋଧ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖିଛନ୍ତି।
ସମଗ୍ର ରାଜ୍ୟରେ ତ୍ବରିତ ବେଗରେ ଟିକାକରଣ ଅଭିଯାନ ଚାଲିଥିଲେ ସୁଦ୍ଧା ନୂତନ ସଂକ୍ରମଣ ଦେଖା ଦେଉଥିବାରୁ କୋଭିଡ୍-୧୯ ସଂକ୍ରମଣର ସମ୍ପୂର୍ଣ୍ଣ ଅବସାନ ହୋଇ ନ ଥିବା ଏବଂ ଅର୍ଥନୈତିକ କାର୍ଯ୍ୟକଳାପ ମହାମାରୀ ପୂର୍ବ ଅବସ୍ଥାରେ ପହଞ୍ଚି ନ ଥିବା ହେତୁ ସ୍ବାଭାବିକ ଭାବେ ଗୁଜୁରାଣ ମେଣ୍ଟାଇବାକୁ ଲୋକେ ଏବେ ମଧ୍ୟ ବାଧାବିଘ୍ନର ସମ୍ମୁଖୀନ ହେଉଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଏଭଳି ଅନୁରୋଧ କରିଛନ୍ତି।
Image Courtesy of The Indian Expressମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଲେଖିଛନ୍ତି, ମହାମାରୀ ସମୟରେ ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା’ରେ ‘ଜାତୀୟ ଖାଦ୍ୟ ସୁରକ୍ଷା ଆଇନ’ ଅଧୀନସ୍ଥ ହିତାଧିକାରୀମାନଙ୍କ ନିମନ୍ତେ ୭ ମାସ ଲାଗି ମାଗଣା ଚାଉଳ ଯୋଗାଇ ଦେଇଥିବାରୁ ଆନ୍ତରିକ ଧନ୍ୟବାଦ। ଏଥିଯୋଗୁଁ, କୋଭିଡ୍-୧୯ ମହାମାରୀ ଭଳି ସଙ୍କଟମୟ ସମୟରେ କୌଣସି ଅଭାବୀ ଏବଂ ଅସହାୟ ଜନତା ଖାଦ୍ୟଶସ୍ୟ ପାଇବାରୁ ବଞ୍ଚିତ ହୋଇନାହାନ୍ତି।
‘ପିଏମ୍ଜିକେଏୱାଇ-୩’ ‘କ୍ବୋଟା’ରେ ଆସିଥିବା ଖାଦ୍ୟଶସ୍ୟ ବଣ୍ଟନ ଉପରେ ଗୁରୁତ୍ବ ଦେଇ ଓଡ଼ିଶା ୨୦୨୧ ନଭେମ୍ବର ୫ ତାରିଖ ସୁଦ୍ଧା ‘ଜାତୀୟ ଖାଦ୍ୟ ସୁରକ୍ଷା ଆଇନ’ ଅନ୍ତର୍ଭୁକ୍ତ ସମସ୍ତ ହିତାଧିକାରୀଙ୍କୁ ୭ ମାସ ପାଇଁ ସେ ସବୁ ଯୋଗାଇଦେଇଛି। ସେହିଭଳି, ରାଜ୍ୟ ମଧ୍ୟ ତା’ର ‘ଖାଦ୍ୟ ନିରାପତ୍ତା ଯୋଜାନା’ରେ ହିତାଧିକାରୀମାନଙ୍କୁ ସୁବିଧା ଯୋଗାଇ ଦେଇଛି।
ଏବେ ମଧ୍ୟ ମହାମାରୀ ପରିସ୍ଥିତିରେ ସୁଧୁରି ନ ଥିବାରୁ ସରକାର ଅସହାୟ ଜନତାଙ୍କୁ ରିଲିଫ୍ ଯୋଗାଇ ଦେବା ଆବଶ୍ୟକ। ସମ୍ପ୍ରତି ସରକାରଙ୍କ ନିକଟରେ ଯଥେଷ୍ଟ ପରିମାଣର ଖାଦ୍ୟଶସ୍ୟ ଗଚ୍ଛିତ ଥିବାରୁ ଆଗାମୀ ୮ ମାସ ପାଇଁ ମାଗଣା ଚାଉଳ ଯୋଗାଇ ଦେବା କଥା ବିଚାର କରାଯାଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/cm-naveen.jpg)