ନୂଆଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ବଢିବା ପରେ ତାଇଓ୍ଵାନ ଓ ହଂକଂରେ ଭାରତ ପ୍ରତି ସମର୍ଥନ ବଢିଚାଲଛି । ଉଭୟ ତାଇଓ୍ଵାନ ଓ ହଂକଂ ଚୀନ ଦ୍ୱାରା ପୀଡ଼ିତ ହୋଇଥିବାରୁ ସ୍ୱାଭାବିକ ଭାବେ ଭାରତ ପ୍ରତି ସମର୍ଥନ ପ୍ରକାଶ ପାଇଛି ।
ହଂକଂର ସୋ ସାଇ ଲି ନାମକ ବ୍ୟକ୍ତି ଟ୍ଵିଟରରେ ଏକ ଫଟୋ ଅପଲୋଡ କରିଥିଲେ । ସେଥିରେ ଭଗବାନ ରାମ ଧନୁଶର ଧରି ଚୀନ ଡ୍ରାଗନକୁ ମାରିବାକୁ ଉଦ୍ୟତ ହେଉଛନ୍ତି । ସେଥିରେ ଲେଖା ଅଛି, “ଆମେ ବିଜୟ ହାସଲ କରୁ, ଆମେ (ଶତ୍ରୁକୁ) ମାରୁ” । ଏହି ଫଟୋ ଅପଲୋଡ କରିବା ସହ ସେ ଲେଖିଥିଲେ ଜଣେ ଭାରତୀୟ ବନ୍ଧୁ ଚୀନ-ଭାରତ ଯୁଦ୍ଧର ଏହି ଫଟୋ ପ୍ରସ୍ତୁତ କରିଛନ୍ତି । ଅଳ୍ପ କିଛି ସମୟ ମଧ୍ୟରେ ଏହି ଟ୍ଵିଟକୁ ଅନେକ ଲୋକ ସେୟାର, ରିଟ୍ଵିଟ କରୁଥିବା ଦେଖାଯାଇଥିଲା । ଏହି ଫଟୋକୁ ତାଇଓ୍ଵାନର ଏକ ସମ୍ବାଦପତ୍ର ତାଇଓ୍ଵାନ ‘ଟାଇମ୍ସରେ ଆଜିର ଫଟୋ ଶୀର୍ଷକ’ରେ ପ୍ରକାଶ କରାଯାଇଥିଲା । ଏହି ଫଟୋ ତାଇଓ୍ଵାନରେ ବି ଲୋକପ୍ରିୟ ହୋଇଥିବା ଖବର ମିଳିଛି ।
ଗଲଓ୍ଵାନ ସଂଘର୍ଷ ପରେ ସୋସିଆଲ ମିଡିଆରେ ହଂକଂ ଓ ତାଇଓ୍ଵାନର ଯୁବପୀଢି ହଠାତ ଭାରତର ସମର୍ଥକ ପାଲଟି ଯାଇଛନ୍ତି । ଭାରତକୁ ସେମାନେ ସମର୍ଥନ କରନ୍ତି ବୋଲି ସେମାନେ ଖୋଲାଖୋଲି କହୁଛନ୍ତି ।