କଂଗ୍ରେସ ନିକଟରେ ୩ ଦାବି ରଖିଲେ ଅଶୋକ ଗେହଲଟଙ୍କ ସମର୍ଥକ

ନୂଆଦିଲ୍ଲୀ : ରାଜସ୍ଥାନ କଂଗ୍ରେସରେ ବଡ଼ ସଙ୍କଟ ଆରମ୍ଭ ‌ହୋଇଯାଇଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସମର୍ଥକ ବିଧାୟକମାନେ ଗତକାଲି ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବିରୋଧ କରି ସେମାନଙ୍କ ଇସ୍ତଫାପତ୍ର ଦାଖଲ କରିଛନ୍ତି। କିନ୍ତୁ ଏହି ଘଟଣା ଗେହଲଟଙ୍କ ପାଇଁ ଭାରି ପଡ଼ିଯାଇଛି। ଗେହଲଟଙ୍କ ଉପରେ ଦଳୀୟ ନେତୃବୃନ୍ଦ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗେହଲଟ କଂଗ୍ରେସ ସଭାପତି ନିର୍ବାଚନ ପାଇଁ ପ୍ରାର୍ଥୀ ନହୋଇପାରନ୍ତି ବୋଲି କୁହାଯାଉଛି।

ଇତି ମଧ୍ୟରେ ଗେହଲଟଙ୍କ ବିଶ୍ବସ୍ତମାନେ କଂଗ୍ରେସ ନିକଟରେ ୩ଟି ଦାବି ରଖିଛନ୍ତି। ‌ଗେହଲଟଙ୍କୁ ସମର୍ଥନ କରୁଥିବା ବିଧାୟକଙ୍କ ପ୍ରଥମ ଦାବି ହେଉଛି କଂଗ୍ରେସ ସଭାପତି ନିର୍ବାଚନ ପରେ ହିଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ କିଏ ହେ‌ବେ ସେ ସଂକ୍ରାନ୍ତ ନିଷ୍ପତ୍ତି ନିଆଯିବ। କଂଗ୍ରେସ ପର୍ଯ୍ୟ‌ବେକ୍ଷକମାନେ ଗେହଲଟଙ୍କ ସମର୍ଥକଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି ଏବଂ ସେମାନଙ୍କୁ ଜଣେ ଜଣେ କରି ଭେଟିବାକୁ ଚାହୁଛନ୍ତି। କିନ୍ତୁ ସେମାନଙ୍କ ଦାବି ହେଉଛି ସେମାନେ କଂଗ୍ରେସ ପର୍ଯ୍ୟବେକ୍ଷକଙ୍କୁ ଏକାଠି ଭେଟିବେ। ତୃତୀୟ ଦାବି ହେଉଛି ଗେହଲଟ ଯାହାକୁ ଚାହିବେ ସିଏ ମୁଖ୍ୟମନ୍ତ୍ରୀ ହେବା ଉଚିତ। ସେମାନଙ୍କ ଦାବି ଅନୁଯାୟୀ ୨୦୨୦ରେ ସଚିନ ପାଇଲଟ୍‌ଙ୍କ ସମର୍ଥକଙ୍କ ବିଦ୍ରୋହ ସମୟରେ ଗେହଲଟଙ୍କୁ ଯିଏ ସହଯୋଗ କରିଥିଲେ ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବା ଉଚିତ। ସେମାନେ ବାଚସ୍ପତି ସିପି ଯୋଶୀଙ୍କ କଥା କହିଛନ୍ତି।

ସମ୍ବନ୍ଧିତ ଖବର