୧୩୦ କୋଟି ଲୋକଙ୍କୁ ସହଯୋଗ କରୁଛନ୍ତି, ୧.୨ କୋଟି ଯୋଦ୍ଧ‌ା

ବେଙ୍ଗାଲୁରୁ: ଭାରତରେ କରୋନା ମହାମାରୀ ଯୁଦ୍ଧ କ୍ଷେତ୍ରରେ ଆଗଧାଡ଼ି‌ରେ ରହିଛନ୍ତି ୧୮ଟି ଭିନ୍ନ ଭିନ୍ନ ବର୍ଗର ୧.୨ କୋଟିରୁ ଅଧିକ ଯୋଦ୍ଧା। ଗତ ସପ୍ତାହରେ କେନ୍ଦ୍ର ସରକାର କୋଭିଡ୍‌ ଯୋଦ୍ଧାଙ୍କ ବିସ୍ତୃତ ତଥ୍ୟ ସାର୍ବଜନୀନ କରିଛନ୍ତି। ତଥ୍ୟ ଅନୁଯାୟୀ ୧.୨ କୋଟି ଲୋକ ତଥା ଡାକ୍ତର (ଦନ୍ତ ଚିକିତ୍ସକ ଏବଂ ପ୍ରାଣୀ ଚିକିତ୍ସକଙ୍କ ସମେତ)ନର୍ସ, ଫାର୍ମାସିଷ୍ଟ୍‌, ଲ୍ୟାବ୍‌ ଭଲ୍ୟୁଣ୍ଟିୟର, ତାଲିମପ୍ରାପ୍ତ ସ୍ବାସ୍ଥ୍ୟ କର୍ମୀ, ଆଶା ଏବଂ ଅଙ୍ଗନବାଡ଼ି କର୍ମୀ, ଏନ୍ଏସଏସ ଏବଂ ଏନ୍‌ସିସି ସଦସ୍ୟ କ‌ରୋନା ମହାମାରୀ ବିରୋଧରେ ଲଢ଼ୁଛନ୍ତି। ଆକଳନରୁ ଜଣାପଡ଼ିଛି ଯେ, ୧.୨ କୋଟି ଯୋଦ୍ଧାଙ୍କ ମଧ୍ୟରୁ କେବଳ ୪୨.୭ ଲକ୍ଷ ହେଉଛନ୍ତି ଡାକ୍ତର, ନର୍ସ, ଫାର୍ମାସିଷ୍ଟ୍‌, ଲ୍ୟାବ୍‌ ଭଲ୍ୟୁଣ୍ଟିୟର ଏବଂ ଅନ୍ୟ ସ୍ବାସ୍ଥ୍ୟକର୍ମୀ । ଏମାନଙ୍କ ମଧ୍ୟରୁ ୧୧.୬ ଲକ୍ଷ (୯ ପ୍ରତିଶତ) ଏଲୋପାଥି ଡାକ୍ତର , ୧୭.୫ ଲକ୍ଷ (୧୪ ପ୍ରତିଶତ) ନର୍ସ ଏବଂ ୯ ପ୍ରତିଶତ ହେଉଛନ୍ତି ଫାର୍ମା‌ସିଷ୍ଟ୍‌ । ପ୍ରାୟ ୨ ଲକ୍ଷ ଲୋକ ତାଲିମପ୍ରାସ୍ତ ସ୍ବାସ୍ଥ୍ୟ କର୍ମୀ, ଏମର୍ଜେନ୍ସି ମେଡିକାଲ ଟେକ୍‌ନିସିଆନ୍‌, ଏକ୍ସରେ ଏବଂ ରେଡିଓଲୋଜି ଟେକ୍‌ନିସିଆନ୍‌ । ଡାକ୍ତର , ନର୍ସ, ଫାର୍ମାସିଲ୍ୟାବ୍‌ ଭଲ୍ୟୁଣ୍ଟିୟରଙ୍କ ପରି ପ୍ରମୁଖ ସେବାକାରୀଙ୍କ କ୍ଷେତ୍ରରେ ଯଦି ରାଜ୍ୟ ୱାରି ଆକଳନ କରାଯାଏ ତେବେ ଏହା ଜଣାପଡ଼ୁଛି ଯେ, ୫ଟି ରାଜ୍ୟରେ ସବୁଠୁ ଅଧିକ କୋଭିଡ୍‌ ଯୋଦ୍ଧା ରହିଛନ୍ତି। ୧୧ ଲକ୍ଷ ଡାକ୍ତରଙ୍କ ମଧ୍ୟରୁ କେବଳ ତାମିଲନାଡ଼ୁ, ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ଗୁଜରାଟରୁ ୫୦ ପ୍ରତିଶତ ରହିଛନ୍ତି। ୪୨ ପ୍ରତିଶତ ନର୍ସ ଏବଂ ଫାର୍ମ‌ାସିଷ୍ଟ ଓ ୫୫ ପ୍ରତିଶତ ଲ୍ୟାବ୍‌ ଭଲ୍ୟୁଣ୍ଟିୟର ଏହି ୫ଟି ରାଜ୍ୟରୁ ରହିଛନ୍ତି। ପ୍ରାୟ ୮୨ ଲକ୍ଷ ତଥା ଆଶା ଏବଂ ଅଙ୍ଗନବାଡ଼ି କର୍ମୀ, ଏନ୍‌ଏସଏସ୍‌, ଏନ୍‌ସିସି , ନେହରୁ ଯୁବ କେନ୍ଦ୍ର ସଂଗଠନ , ପୂର୍ବତନ ସେବା‌ପ୍ରଦାନକାରୀ ମଧ୍ୟ ରହିଛନ୍ତି। ତେବେ ଏହି ୮୨ ଲକ୍ଷ ଆଶା ଏବଂ ଅଙ୍ଗନବାଡ଼ି କର୍ମୀ ଘରକୁ ଘର ସର୍ଭେ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଆଶା କର୍ମୀଙ୍କ ଦାୟିତ୍ବ ସବୁଠୁ ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ସେମାନେ ଘରକୁ ଘଲ ବୁଲି ସର୍ବେକ୍ଷଣ କରୁଛନ୍ତି ଏବଂ କର୍ତ୍ତୃପକ୍ଷଙ୍କୁ ଗୁରୁତ୍ବପୂର୍ଣ୍ଣ ଗୋଷ୍ଠୀ ତଥ୍ୟ ପ୍ରଦାନ କରୁଛନ୍ତି।

ସମ୍ବନ୍ଧିତ ଖବର