ଚେନ୍ନାଇ: ତାମିଲନାଡ଼ୁର ବହୁ ଗୁରୁତ୍ୱପୂର୍ଣ୍ଣ ଆର୍କେ ନଗର ଉପନିର୍ବାଚନରେ ଶୋଚନୀୟ ଭାବେ ପରାଜିତ ହେବା ପରେ ଏଆଇଏଡିଏମ୍କେ ପ୍ରତିଶୋଧ ପରାୟଣ ହୋଇଛି। ବିଜୟୀ ସ୍ୱାଧୀନି ପ୍ରର୍ଥୀ ତଥା ଦଳର ବଦ୍ରୋହୀ ନେତା ଦିନାକରନ୍ଙ୍କୁ ସମର୍ଥନ କରିଥିବା ଅଭିଯୋଗରେ ଆଜି ୯ କର୍ମକର୍ତ୍ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଛି। ସେମାନଙ୍କ ମଧ୍ୟରେ ୪ ଜଣ ଜିଲ୍ଲା ସମ୍ପାଦ ପି ଭର୍ଟିବେଲ୍, ଏନଜି ପାର୍ଥିବନ୍, ଏମ୍ ରେଙ୍ଗାସ୍ୱାମୀ ଏବଂ ଥାଙ୍ଗାତାମିଲସେଲଭନ୍ ରହିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କେ ପାଲାନିସ୍ୱାମୀ କହିଛନ୍ତି। ତେବେ ସେମାନଙ୍କ ବହିଷ୍କାର ନେଇ କୌଣସି କାରଣ ଦର୍ଶାଯାଇନି। ଅନ୍ୟପକ୍ଷରେ, ଅନ୍ୟ ୫ ଜଣ କର୍ମୀ ଦଳର ନୀତି ବିରୋଧରେ ଯାଇଥିବାରୁ ସେମାନଙ୍କୁ ବହଷ୍କାର କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ ଏବଂ ଉପମୁଖ୍ୟମନ୍ତ୍ରୀ ପନିରସେଲଭମ୍ କହିଛନ୍ତି। ସୂଚନାଥାଉ କି, ଆର୍କେ ନଗର ଉପନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ତଥା ଶଶିକଳାଙ୍କ ପୁତୁରା ଟିଟିଭି ଦିନାକରନ ଏଆଇଏଡିଏମ୍କେ ପ୍ରାର୍ଥୀ ଇ ମଧୁସୁଧନନ୍ଙ୍କୁ ୪୦,୦୦୦ରୁ ଅଧିକ ଭୋଟ୍ ବ୍ୟବଧାନରେ ହରାଇ ଦେବା ସହ ସେ ହିଁ ନିଜକୁ ଜୟଲଳିତାଙ୍କ ପ୍ରକୃତ ରାଜନୈତିକ ଉତ୍ତରାଧିକାରୀ ବୋଲି ଦାବି କରିଛନ୍ତି।
ଦିନାକରନ୍ଙ୍କୁ ସମର୍ଥନର ପରିଣାମ: ୯ ଏଆଇଏଡିଏମ୍କେ କର୍ମକର୍ତ୍ତା ବହିଷ୍କୃତ
/sambad/media/post_attachments/wp-content/uploads/2017/12/9-candidates.jpg)