ନୂଆଦିଲ୍ଲୀ: ୧୯୮୪ ମସିହା ଶିଖ୍ ବିରୋଧୀ ଦଙ୍ଗା ମାମଲାର ପୁନଃ ତଦନ୍ତ ପାଇଁ ସୁପ୍ରିମକୋର୍ଟ ଆଜି ନୂଆ ଏସଆଇଟି ଗଠନ କରିଛନ୍ତି। ତିନି ଜଣିଆ ସଦସ୍ୟ ବିଶିଷ୍ଟ ଉକ୍ତ ଏସଆଇଟି (ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍)ର ନେତୃତ୍ୱ ନେବେ ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଏସ ଏନ ଢିଙ୍ଗ୍ରା। ବିଚାରପତି ଢିଙ୍ଗ୍ରାଙ୍କ ବାଦ୍ ଅବସରପ୍ରାପ୍ତ ଆଇଜି ର୍ୟାଙ୍କ୍ ଅଧିକାରୀ ରାଜଦୀପ ସିଂହ ଏବଂ ସେବା ନିଯୁକ୍ତ ଆଇପିଏସ୍ ଅଧିକାରୀ ଅଭିଶେକ ଦୁଲାର ମଧ୍ୟ ଏସଆଇଟିରେ ଅଛନ୍ତି। ଏସଆଇଟି ଦୁଇ ମାସ ମଧ୍ୟରେ ମାମଲାର ଷ୍ଟାଟସ ରିପୋର୍ଟ ଦାଖଲ କରିବେ ବୋଲି କୋର୍ଟ କହିଛନ୍ତି। ଅନ୍ୟପକ୍ଷରେ ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୯ ତାରିଖରେ ହେବ। ୧୯୮୪ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ହୋଇଥିବା ଶିଖ୍ ବିରୋଧୀ ଦଙ୍ଗା ମାମଲାଗୁଡ଼ିକ ମଧ୍ୟରୁ ୧୮୬ ଟି ମାମଲାର ପୁନଃ ତଦନ୍ତ ପାଇଁ ସୁପ୍ରିମକୋର୍ଟ ଗତକାଲି ନିର୍ଦ୍ଦେଶ ଦେଇଥିଲେ ଏବଂ ଏନେଇ ନୂଆ ଏସଆଇଟି ଗଠନ ହେବ ବୋଲି କହିଥିଲେ। ଶିଖ୍ ବିରୋଧୀ ଦଙ୍ଗା ମାମଲାଗୁଡ଼ିକର ତଦନ୍ତ ପାଇଁ ପୂର୍ବରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠନ ହୋଇଥିବା ଏସଆଇଟି ଯଥୋଚିତ ତଦନ୍ତ ନକରି ମାମଲା ମନ୍ଦ କରିଦେବା ଫଳରେ ସୁପ୍ରିମକୋର୍ଟ ମାମଲାର ତଦନ୍ତ ପାଇଁ ନୂଆ ଏସଆଇଟି ଗଠନ କରିଛନ୍ତି। ୧୯୮୪ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କର ଜଣେ ଶିଖ୍ ସୁରକ୍ଷାକର୍ମୀ ହତ୍ୟା କରିବାପରେ ଏହାକୁ ନେଇ ଯେଉଁ ଶିଖ୍ ବିରୋଧୀ ଦଙ୍ଗା ହୋଇଥିଲା ସେଥିରେ ପ୍ରାୟ ୩୦୦୦ ଲୋକ ପ୍ରାଣ ହରାଇଥିଲେ।
ଏସଆଇଟି ଗଠନ କଲେ ସୁପ୍ରିମ୍ କୋର୍ଟ
୧୯୮୪ ଶିଖ୍ ବିରୋଧୀ ଦଙ୍ଗା ମାମଲା
/sambad/media/post_attachments/wp-content/uploads/2018/01/Supreme-court.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)