ନୂଆଦିଲ୍ଲୀ : କେରଳର ଜଣେ ମହିଳା ସାମାଜିକ କର୍ମୀଙ୍କ ଅର୍ଦ୍ଧନଗ୍ନ ଶରୀରରେ ତାଙ୍କର ଦୁଇ ନାବାଳକ ସନ୍ତାନ ଚିତ୍ର ଆଙ୍କୁଥିବାର ଦୃଶ୍ୟକୁ ସେ ସାମାଜିକ ଗଣମାଧ୍ୟମରେ ପ୍ରସାର କରିବା ଘଟଣାରେ ସୁପ୍ରିମ୍ କୋର୍ଟ ତାଙ୍କୁ ଭର୍ତ୍ସନା କରିଛନ୍ତି। ଏଭଳି କାର୍ଯ୍ୟ ଭୀଷଣ ଅରୁଚିକର ଏବଂ ପିଲାମାନଙ୍କୁ ଦେଶର ସଂସ୍କୃତି ସମ୍ପର୍କରେ ଭୁଲ୍ ଧାରଣା ଦେବ ବୋଲି ଜଷ୍ଟିସ ଅରୁଣ ମିଶ୍ରଙ୍କ ନେତୃତ୍ବରେ ପରିଚାଳିତ ତିନିଜଣିଆ ଖଣ୍ଡପୀଠ ଟିପ୍ପଣୀ କରିଛନ୍ତି। ମାମଲାର ବିବରଣୀ ଅନୁଯାୟୀ, କେରଳର ଫତିମା ଏଏସ୍ ଗତ ଜୁନ୍ ମାସରେ ସାମାଜିକ ଗଣମାଧ୍ୟମରେ ତାଙ୍କର ଏଭଳି ଏକ ଭିଡିଓ ପୋଷ୍ଟ କରିଥିଲେ, ଯେଉଁଥିରେ ତାଙ୍କର ଦୁଇଜଣ ନାବାଳକ ସନ୍ତାନ ଫତିମାଙ୍କ ଅର୍ଦ୍ଧନଗ୍ନ ଶରୀର ଉପରେ ଚିତ୍ର ଆଙ୍କୁଥିବା ଦେଖାଯାଇଥିଲା। ଏହି ବିବାଦୀୟ ଭିଡିଓ ପ୍ରଘଟ ହେଲା ପରେ ଫତିମାଙ୍କ ବିରୋଧରେ ପକ୍ସୋ ଆକ୍ଟ-୨୦୧୨ ଅନୁସାରେ ଶିଶୁ କାମୋଦ୍ଦୀପକ ଚିତ୍ର ମାମଲା ଏବଂ ଆଇଟି ଆକ୍ଟ-୨୦୦୦ ଅନୁସାରେ ଏକ ଅପମାନସୂଚନ ମାମଲା ରୁଜୁ ହୋଇଥିଲା। କେରଳ ହାଇକୋର୍ଟ ତାଙ୍କୁ ଏଥିରେ ଅନ୍ତରୀଣ ଜାମିନ ଦେବାକୁ ମନା କରିଦେଇଥିବା ବେଳେ ଫତିମା ସୁପ୍ରିମକୋର୍ଟଙ୍କ ଆଶ୍ରୟ ନେଇଥିଲେ। ତେବେ ଶୁଣାଣି ବେଳେ ମାନ୍ୟବର ଖଣ୍ଡପୀଠ ଫତିମାଙ୍କୁ ତୀବ୍ର ଭର୍ତ୍ସନା କରିବା ସହ “ତୁମେ ଜଣେ ସାମାଜିକ କର୍ମୀ ହୋଇଥାଇପାର, ମାତ୍ର ଏପରି କାହିଁକି କରୁଛ ଏବଂ ଏହା କି ପ୍ରକାର ଅସଭ୍ୟତା” ବୋଲି ପ୍ରଶ୍ନ କରିଥିଲେ। ଏହାଦ୍ବାରା ତୁମ ପିଲାମାନେ ଦେଶର ସଂସ୍କୃତି ସମ୍ପର୍କରେ କି ଧାରଣା ଅର୍ଜନ କରିବେ। ଏପରି ଅଶ୍ଳୀଳତାକୁ ତୁମେ ପ୍ରସାର କରୁଛ ଯାହାକି ଏକ ଅରୁଚିକର ଉପସଂହାର ଆଣିବ ବୋଲି ଜଷ୍ଟିସ ମିଶ୍ର କହିଥିଲେ।
ପିଲାମାନେ ମାଆର ଅର୍ଦ୍ଧନଗ୍ନ ଶରୀରରେ ଚିତ୍ର ଆଙ୍କିବା ଅପସଂସ୍କୃତି: ସୁପ୍ରିମ୍ କୋର୍ଟ
/sambad/media/post_attachments/wp-content/uploads/2019/12/supreme-court-newsclick-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)