ନୂଆଦିଲ୍ଲୀ: କରୋନା ଭାଇରସ୍ ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ପକ୍ଷରୁ ଯୁଦ୍ଧସ୍ତରରେ ପଦକ୍ଷେପ ନିଆଯାଉଛି ଏବଂ ପ୍ରବାସୀ ଶ୍ରମିକଙ୍କ ପାଇଁ ଏବେ ଖାଦ୍ୟ ଓ ଆଶ୍ରୟ ବ୍ୟବସ୍ଥା ହୋଇଛି ବୋଲି ସରକାର ଆଜି ସୁପ୍ରିମ୍ କୋର୍ଟଙ୍କୁ ଅବଗତ କରାଇଛନ୍ତି। ତେବେ ସହରରୁ ଗାଁକୁ ପଳାୟନ ଯୋଗୁଁ କରୋନା ଭାଇରସ୍ ବ୍ୟାପିବା ଆଶଙ୍କା ପ୍ରବଳ ହୋଇଛି ଏବଂ ଗାଁ ଅଭିମୁଖେ ଯାଉଥିବା ପ୍ରତି ୧୦ ଜଣରୁ ୩ ଜଣ କରୋନା ବାହକ ହୋଇପାରନ୍ତି ବୋଲି କେନ୍ଦ୍ର ସରକାର କହିଛନ୍ତି। ପ୍ରବାସୀ ଶ୍ରମିକଙ୍କ ପଳାୟନ ମାମଲାରେ ଆଜି ସୁପ୍ରିମ୍ କୋର୍ଟରେ ଶୁଣାଣି ହୋଇଥିଲା। ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଶ୍ରମିକଙ୍କ ପଳାୟନ ଉପରେ ଏବେ କଡ଼ା କଟକଣା ଲଗାଯାଇଛି ଏବଂ ସମସ୍ତ ରାଜ୍ୟ ସୀମାରେ ଯାଞ୍ଚ ହେଉଛି। ଶ୍ରମିକଙ୍କ ପାଇଁ ଖାଦ୍ୟ ଓ ଆଶ୍ରୟର ବ୍ୟବସ୍ଥା ତତ୍କାଳ ଉପଲବ୍ଧ ହେଉଥିବାରୁ ଏବେ ସ୍ଥିତି ନିୟନ୍ତ୍ରଣରେ ଅଛି ବୋଲି ସଲିସିଟର ଜେନେରାଲ ତୁଷାର ମେହେଟା କୋର୍ଟରେ ତଥ୍ୟ ରଖିଥିଲେ। ୨୨ ଲକ୍ଷ ୮୮ ହାଜର ଶ୍ରମିକଙ୍କୁ ଏବେ ଭୋଜନ ଉପଲବ୍ଧ କରାଯାଉଛି ଏବଂ ସେମାନଙ୍କୁ ଆଶ୍ରୟସ୍ଥଳରେ ରଖାଯାଇଛି ବୋଲି ସେ କହିଥିଲେ। ସୁପ୍ରିମ୍ କୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ କହିଛନ୍ତି ଯେ ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ, ଆଶ୍ରୟ ଏବଂ ଔଷଧ ସୁନିଶ୍ଚିତ କରାଯିବା ସହ ସେମାନଙ୍କୁ ସବୁ ଦିଗରୁ ଆଶ୍ବସ୍ତ କରିବା ପାଇଁ ପଦକ୍ଷେପ ନିଆଯିବା ଆବଶ୍ୟକ। ଆଶ୍ରୟସ୍ଥଳଗୁଡ଼ିକରେ ଶ୍ରମିକମାନଙ୍କୁ ବୁଝାସୁଝା କରିବା ସହ ଭାଇରସ୍ ଯୋଗୁଁ ଯେଉଁ ସଙ୍କଟ ଉପୁଜିଛି ସେ ସଂପର୍କରେ ମଧ୍ୟ ଅବଗତ କରାଇବା ଜରୁରୀ। ଏଥିପାଇଁ ଆବଶ୍ୟକ ହେଲେ ଆଧ୍ୟାତ୍ମିକ ଗୁରୁମାନଙ୍କୁ ମଧ୍ୟ ନିୟୋଜିତ କରିବାକୁ ପ୍ରଧାନ ବିଚାରପତି ଏସ୍ ଏ ବୋବଡ଼େଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି।
ସୁପ୍ରିମ୍ କୋର୍ଟରେ ତଥ୍ୟ ରଖିଲେ କେନ୍ଦ୍ର ସରକାର, ସହରରୁ ଗାଁକୁ ଯାଉଥିବା ପ୍ରତି ୧୦ ଜଣରେ ୩ ଜଣ କରୋନା ବାହକ
୨୨ ଲକ୍ଷ ୮୮ ହଜାର ଶ୍ରମିକଙ୍କୁ ଖାଦ୍ୟ ଉପଲବ୍ଧ କରାଯାଉଛି
/sambad/media/post_attachments/wp-content/uploads/2020/01/supreme_court.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)