ନୂଆଦିଲ୍ଳୀ:ସିବିଆଇର କାମଚଳା ନିର୍ଦ୍ଦେଶକ ଭାବେ ଓଡ଼ିଶା କ୍ୟାର୍ଡରର ଆଇପିଏସ ଅଫିସର ଏମ ନାଗେଶ୍ୱର ରାଓଙ୍କ ନିଯୁକ୍ତିକୁ ଚାଲେଞ୍ଜ କରି ହୋଇଥିବା ଆବେଦନର ଶୁଣାଣି ପାଇଁ ସୁପ୍ରିମ କୋର୍ଟ ରାଜି ହୋଇଛନ୍ତି। ଆସନ୍ତା ସପ୍ତାହରେ ଏହି ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି।
ସୂଚନାଯୋଗ୍ୟ ଯେ ଗତ୧୦ ତାରିଖ ଦିନ କେନ୍ଦ୍ର ସରକାର ଶ୍ରୀ ରାଓଙ୍କୁ ଅନ୍ତରୀଣ ନିର୍ଦ୍ଦେଶକ ଭାବେ ଦେଇଥିବା ନିଯୁକ୍ତି ନିର୍ଦ୍ଦେଶକକୁ ଖାରଜ କରିବା ପାଇଁ ଗତ ସେମାବାର ଦିନ ସୁପ୍ରିମ କୋର୍ଟରେ ଏକ ମାମଲା ରୁଜୁ ହୋଇଥିିଲା। ସରକାରୀ ନିଦ୍ଦେଶନାମା ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗଠିତ ୩ ଜଣିଆ ଚୟନ କମିଟି ସିବିଆଇର ନିର୍ଦ୍ଦେଶକ ଆଲୋକବର୍ମାଙ୍କୁ ପଦାନ୍ତର କରିବା ନିର୍ଣ୍ଣୟ ନେବାପରେ ସରକାର ଜାନୁଆରି ମାସ ଯାକ ଶ୍ରୀ ରାଓ କାମଚଳା ନିର୍ଦ୍ଦେଶକ ଭାବେ ରହିବାକୁ ନିର୍ଦ୍ଦେଶନାମା ଜାରି କରିଥିଲେ। ସୂଚନା ଅଧିକାରୀ କର୍ମୀ ଅଞ୍ଜଳି ଭରଦ୍ୱାଜ ସୁପ୍ରିମ କୋର୍ଟରେ ସିବିଆଇ ନିର୍ଦ୍ଦେଶକ ଚୟନରେ ସ୍ୱଚ୍ଛତା ରକ୍ଷା ପାଇଁ ନିର୍ଦ୍ଦିଷ୍ଟ ମେକାନିଜିମ୍ ଅନୁସରଣ କରାଯାଇ ନ ଥିବା ନେଇ ଆବେଦନ କରିଥିଲେ। ତେବେ ଶ୍ରୀ ରାଓଙ୍କ ନିଯୁକ୍ତି ହାଇ ପାଓ୍ଵାର କମିଟି ର ସୁପାରିଶ ଆଧାରରେ ହୋଇନ ଥିବା ଅଭିଯୋଗ ହୋଇଛି। ଏପରିକି ତାଙ୍କ ନିଯୁକ୍ତି ନେଇ କମିଟିର କୌଣସି ଅନୁମୋଦନ ଅଣାଯାଇ ନ ଥିବାରୁ ତାଙ୍କ ନିଯୁକ୍ତି ବେଆଇନ୍ ବୋଲି ଅଭିଯୋଗ କରି ସୂଚନା ଅଧିକାର କର୍ମୀ ଅଞ୍ଜଳି ଭରଦ୍ୱାଜ ଆଇନ୍ଜୀବୀ ପ୍ରଶାନ୍ତ ଭୂଷଣଙ୍କ ଜରିଆରେ ସୁପ୍ରମକୋର୍ଟରେ ଆବେଦନ କରିଥିଲେ।
ସିବିଆଇର କାମଚଳା ନିର୍ଦ୍ଦେଶକ ଏମ ନାଗେଶ୍ୱର ରାଓଙ୍କ ନିଯୁକ୍ତି ମାମଲାର ଶୁଣାଣି କରିବେ ସୁପ୍ରିମ କୋର୍ଟ
/sambad/media/post_attachments/wp-content/uploads/2019/01/Supreme-Court-on-Rameswar-Rao-Case_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)