ମାମଲା ବିଚାରର ଧାରା ବିବରଣୀ ସିଧାପ୍ରସାରଣ କରାଇବାକୁ ସୁପ୍ରିମ୍‌ କୋର୍ଟ ରାଜି

ନୂଆଦିଲ୍ଲୀ: କୋର୍ଟ ପ୍ରୋସିଡିଙ୍ଗ୍‌ସ୍‌ ବା ବିଭିନ୍ନ ମାମଲା ବିଚାରର ଦୃଶ୍ୟ ସିଧାପ୍ରସାରଣ କରାଇବାକୁ ବୁଧବାର ଦିନ ସୁପ୍ରିମ୍‌ କୋର୍ଟ ରାଜି ହୋଇଛନ୍ତି। ସର୍ବସାଧାରଣଙ୍କ ଜାଣିବା ଅଧିକାର ଏବଂ ବାଦୀମାନଙ୍କର ମର୍ଯ୍ୟାଦା ସୁରକ୍ଷା କରିବା ନିମନ୍ତେ ସମନ୍ଵୟ ରକ୍ଷା କରିବାକୁ ଆବଶ୍ୟକ ନୀତିନିୟମ ଶୀଘ୍ର ତିଆରି ହେବା ଉଚିତ ବୋଲି ମଧ୍ୟ ସୁପ୍ରିମ୍‌ କୋର୍ଟ କହିଛନ୍ତି।

ସୁପ୍ରିମ୍‌ କୋର୍ଟ କହିଛନ୍ତି କି, ସିଧା ପ୍ରସାରଣ ବିଚାର ଧାରାରେ ଅଧିକ ସ୍ୱଚ୍ଛତା ଆଣିବା ସହ ସର୍ବସାଧାରଣଙ୍କର ସ୍ୱାର୍ଥ ରକ୍ଷାକାରୀ ହୋଇପାରିବ।

ମାମଲା ବିଚାରର ସିଧାପ୍ରସାରଣ ନିମନ୍ତେ ଅନୁମତି ପ୍ରଦାନ କରି ସୁପ୍ରିମ୍‌ କୋର୍ଟ କହିଲେ: ଖରା ହେଉଛି ଶ୍ରେଷ୍ଠ ବିଶୋଧକ, ଅଦାଲତ ପ୍ରକୋଷ୍ଠ ମଧ୍ୟସ୍ଥ ବିଚାରରେ କ’ଣ ଚାଲିଛି ଲୋକେ ପ୍ରତ୍ୟେକ୍ଷ ଜାଣନ୍ତୁ।

ଅଦାଲତରେ ମାମଲା ଶୁଣାଣିର ସିଧାସଳଖ ପ୍ରସାରଣକୁ ସାମ୍ପ୍ରତିକ ସମୟର ଆବଶ୍ୟକତା ବୋଲି ଆଖ୍ୟା ଦେଇ ଥିଲେ।

ପୂର୍ବରୁ ସୁପ୍ରିମ୍‌ କୋର୍ଟ ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟଙ୍କ ଚାକିରି କ୍ଷେତ୍ରରେ ସଂରକ୍ଷଣ ଏବଂ ଆଧାର ନମ୍ବର ବୈଧତା ସମ୍ବନ୍ଧରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇ ସାରିଥିଲେ।

ସମ୍ବନ୍ଧିତ ଖବର