ନୂଆଦିଲ୍ଲୀ : ତେଲେଙ୍ଗାନାରେ ବାଣ ବିକ୍ରି ଓ ବ୍ୟବହାରକୁ ସୁପ୍ରିମ୍ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ (ଏନ୍ଜିଟି) ଅନୁସାରେ ରାଜ୍ୟରେ ଯେଉଁ ଅଞ୍ଚଳରେ ବାୟୁ ପ୍ରଦୂଷଣ ମାତ୍ରା ସ୍ବାଭାବିକ ରହିଛି ସେଠାରେ କମ୍ ପ୍ରଦୂଷଣକାରୀ ବାଣ ବ୍ୟବହାର କରାଯାଇପାରିବ। ଦୀପାବଳି ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ୨ ଘଣ୍ଟା ଯାଏ ବାଣ ଫୁଟାଯାଇ ପାରିବ ବୋଲି ଏନ୍ଜିଟି ସ୍ପଷ୍ଟ କରିଛି। ସେହିଭଳି ଛଟ୍ ପର୍ବରେ ସକାଳ ୬ଟାରୁ ୮ଟା ଯାଏ ୨ ଘଣ୍ଟା ଏବଂ ଖ୍ରୀଷ୍ଟମାସ ମଧ୍ୟ ରାତ୍ରୀ ୧୧ଟା ୫୫ରୁ ୧୨ଟା ୩୦ ଯାଏ ବାଣ ଫୁଟାଯାଇ ପାରିବ ବୋଲି ଏନ୍ଜିଟି ସ୍ପଷ୍ଟ କରିଛନ୍ତି। ଏହି ନିୟମ ତେଲେଙ୍ଗାନା ସମେତ ଯେଉଁ ରାଜ୍ୟମାନଙ୍କର ନିଜସ୍ବ ନିୟମ ନାହିଁ ସେହିସବୁ ରାଜ୍ୟମାନଙ୍କରେ ଲାଗୁ ହେବ ବୋଲି ସୁପ୍ରିମ୍ କୋର୍ଟ ସ୍ପଷ୍ଟ କରିଛନ୍ତି।
ତେଲେଙ୍ଗାନାରେ ବାଣ ବିକ୍ରି ଓ ବ୍ୟବହାରକୁ ସୁପ୍ରିମ୍ କୋର୍ଟଙ୍କ ଅନୁମତି
/sambad/media/post_attachments/wp-content/uploads/2020/11/firecracker-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)