ପ୍ରଭୁ ଜଗନ୍ନାଥ ଆମକୁ କ୍ଷମା କରିଥିଲେ ଏବଂ ଆଗକୁ ମଧ୍ୟ କ୍ଷମା କରିବେ; ଜୈନ ମନ୍ଦିର ଖୋଲିବାର ଅନୁମତି ଦେଇ ଏଭଳି କହିଲେ ମୁଖ୍ୟବିଚାରପତି

ନୂଆଦିଲ୍ଲୀ: ମୁମ୍ବାଇରେ ପର୍ଯ୍ୟୁସଣ ପର୍ବ ସମୟରେ ତିନୋଟି ଜୈନ ମନ୍ଦିର ଖୋଲିବାକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ଅଗଷ୍ଟ ୨୨ ଏବଂ ୨୩ରେ ଦାଦର, ବାଇକୁଲା ଏବଂ ଚେମ୍ବୁରରେ ଥିବା ଜୈନ ମନ୍ଦିର ଖୋଲିବାକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। କୋଭିଡ ଗାଇଡଲାଇନ ପାଳନ କରି ମନ୍ଦିର ଖୋଲିବା ପାଇଁ ମନ୍ଦିର ପ୍ରଶାସନକୁ ନିର୍ଦେଶ ଦିଆଯାଇଛି | ଯେତେବେଳେ ମନ୍ଦିରଗୁଡ଼ିକ ଖୋଲିବ ସେତେବେଳେ କରୋନା ଭାଇରସକୁ ରୋକିବା ପାଇଁ ଜାରି କରାଯାଇଥିବା ଏସଓପି ଏବଂ ସରକାରଙ୍କ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶନାମା ପାଳନ କରାଯିବ। ଏ ନେଇ ମନ୍ଦିର ପ୍ରଶାସନକୁ ଅଣ୍ଡରଟେକିଂ ଦେବାକୁ ହେବ |

supreme court, jain temples, mumbai, maharashtra, supreme court, supreme court allows to open jain temples, jain temples in mumbai, coronavirus, religious places, jain paryushan 2020, paryushan 2020 dates, paryushan festival, paryushan festival 2020, mahavir jayanti 2020 in paryushan, paryushan parv 2020, paryushan parva 2020, jain festival paryushan 2020 date, digambar jain paryushan parv 2020
oneindia

ସୂଚନା ମୁତାବକ, କିଛି ଦିନ ପୂର୍ବରୁ ବମ୍ବେ ହାଇକୋର୍ଟ ସହରରେ ଜୈନ ମନ୍ଦିର ଖୋଲିବାକୁ ଅନୁମତି ଦେଇ ନ ଥିଲେ। କରୋନା ସଂକ୍ରମଣର ଭୟ ଥିବାରୁ ଏଭଳି ନିଷ୍ପତ୍ତି ନେଇଥିଲା ବମ୍ବେ ହାଇକୋର୍ଟ | ହେଲେ ଆଜି ଏହା ଉପରେ ଶୁଣାଣି କରି ଜୈନ ମନ୍ଦିର ଖୋଲିବା ପାଇଁ ସୁପ୍ରିମ କୋର୍ଟ ଅନୁମତି ଦେଇଛନ୍ତି | ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଏସଏ ବବଡେ କହିଛନ୍ତି ଯେ, ଏସଓପି ଏବଂ ସରକାରଙ୍କ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶନାମା ପାଳନ ବଡ ବଡ କାମ ହୋଇପାରିବ | ଓଡ଼ିଶାରେ ରଥଯାତ୍ରା ପାଇଁ ମଧ୍ୟ ଆମେ ଅନୁମତି ଦେଇଥିଲୁ | ସେଠାରେ ଏସଓପି ଏବଂ ସରକାରଙ୍କ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶନାମା ପାଳନ କରାଯାଇ ରଥଯାତ୍ରା କରାଯାଇଥିଲା | ଗତ ଥର ରଥଯାତ୍ରାକୁ ଅନୁମତି ଦେଇଥିବାରୁ ଆମକୁ ପ୍ରଭୁ ଜଗନ୍ନାଥ କ୍ଷମା କରି ଦେଇଛନ୍ତି, ଆଗକୁ ମଧ୍ୟ ଭଗବାନ୍ ପୁଣି କ୍ଷମା କରିବେ।

ଏହା ସହ ଏହି ରାୟ ଶୁଣାଇ ସୁପ୍ରିମକୋର୍ଟ ମହାରାଷ୍ଟ୍ର ସରକାରଙ୍କୁ ମଧ୍ୟ ପ୍ରଶ୍ନ କରିଛନ୍ତି। ସୁପ୍ରିମକୋର୍ଟ ପକ୍ଷରୁ ପ୍ରଶ୍ନ କରାଯାଇଛି ଯେ, ମଲ୍ ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି, ତେବେ ମନ୍ଦିର ଖୋଲିବାକୁ କାହିଁକି ଅନୁମତି ଦିଆଗଲା ନାହିଁ।

ସମ୍ବନ୍ଧିତ ଖବର