ଏନଡିଏ ପ୍ରବେଶିକା ପରୀକ୍ଷାରେ ସାମିଲ ହୋଇପାରିବେ ମହିଳା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମହିଳାମାନେ ଏବେ ଜାତୀୟ ପ୍ରତିରକ୍ଷା ଏକାଡେମି (ଏନଡିଏ) ପ୍ରବେଶିକା ପରୀକ୍ଷାରେ ସାମିଲ ହୋଇପାରିବେ। ଆଜି ଏ ନେଇ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ମହିଳାମାନଙ୍କୁ ଏନଡିଏ ପ୍ରବେଶିକା ପରୀକ୍ଷାରେ ଭାଗ ନେବାର ସୁଯୋଗ ଦେଉନଥିବାରୁ ବୁଧବାର ସୁପ୍ରିମକୋର୍ଟ ଭାରତୀୟ ସେନାକୁ ନିନ୍ଦା କରିଛନ୍ତି। ସେନାର ନୀତିଗତ ନିଷ୍ପତ୍ତିକୁ ଲିଙ୍ଗଗତ ଭେଦଭାବ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ତେଣୁ ସେପ୍ଟେମ୍ବର ୫ରେ ଧାର୍ଯ୍ୟ ହୋଇଥିବା ଏନଡିଏ ପରୀକ୍ଷା ଦେବାକୁ କୋର୍ଟ ମହିଳାମାନଙ୍କୁ ଅନୁମତି ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ନାଁ ଲେଖା କୋର୍ଟର ଅନ୍ତିମ ନିର୍ଦ୍ଦେଶ ଅନୁଯାୟୀ ହେବ।  ଜଷ୍ଟିସ ସଂଜୟ କିଶନ କୌଲ ଓ ଜଷ୍ଟିସ ହୁର୍ଷିକେଶ ରାୟଙ୍କ ଖଣ୍ଡପୀଠ କୁଶ କାଲରାଙ୍କ ରିଟ୍ ପିଟିସନ ଉପରେ ଶୁଣାଣି କରି ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି । ଏହା ପୂର୍ବରୁ ବି ଅନେକ ଥର ମହିଳାଙ୍କୁ ଏହି ପ୍ରବେଶିକା ପରୀକ୍ଷା ପାଇଁ ଅନୁମତି ଦେବାକୁ ଦାବି ହୋଇ ଆସୁଥିଲା ।

କୁଶ କାଲରା ନିଜ ରିଟ୍ ପିଟିସନ କହିଥିଲେ କି, ମହିଳାମାନଙ୍କୁ ଏନଡିଏ ପ୍ରବେଶିକା ପରୀକ୍ଷାରେ ବସିବାର ସୁଯୋଗ ନଦେବା ସମ୍ବିଧାନର ଅନୁଚ୍ଛେଦ ୧୪,୧୫,୧୬ ଓ ୧୯ ର ଉଲ୍ଲଂଘନ। ଏହାସହ ସେ କହିଥିଲେ ଯେ, ଦ୍ୱାଦଶ ପରୀକ୍ଷାରେ ପାସ କରିଥିବା ଅବିବାହିତ ପୁରୁଷ ଆଶାୟୀଙ୍କୁ ଏନଡିଏ ଓ ନୌସେନା ଏକାଡେମି ପରୀକ୍ଷାରେ ବସିବାକୁ ଅନୁମତି ଦେଉଛି ମାତ୍ର ଯୋଗ୍ୟ ଆଶାୟୀ ମହିଳାଙ୍କୁ ଲିଙ୍ଗ ବୈଷ୍ୟମତା ଆଧାରରେ ଅନୁମତି ଦେଉ ନାହିଁ । ଏନେଇ ସମ୍ବିଧାନରେ କୌଣସି ଉଚିତ କାରଣ ନଥିବା ନେଇ କୁଶ କାଲରା ନିଜ ପିଟିସନରେ କହିଥିଲେ ।

ସମ୍ବନ୍ଧିତ ଖବର