ନୂଆଦିଲ୍ଲୀ : ପ୍ରକୃତ ଶିବସେନା କିଏ ଏବଂ ଏହା କାହାର ନିୟନ୍ତ୍ରଣରେ ରହିବେ ସେ ନେଇ ଏବେ ସିନ୍ଦେ ଗୋଷ୍ଠୀ ଏବଂ ଠାକ୍ରେ ଗୋଷ୍ଠୀ ମଧ୍ୟରେ ସୁପ୍ରିମକୋର୍ଟରେ ଲଢ଼େଇ ଚାଲିଛି। ସୁପ୍ରିମକୋର୍ଟରେ ଆଜି ସିନ୍ଦେ ଏବଂ ଠାକ୍ରେ ଗୋଷ୍ଠୀର ବିଭିନ୍ନ ଆବେଦନ ଉପରେ ଶୁଣାଣି ଥିଲା। ତେବେ କୋର୍ଟରେ ଆଜି ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେଙ୍କୁ ବଡ଼ ଆଶ୍ବସ୍ତି ମିଳିଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନିଜ ଗୋଷ୍ଠୀକୁ ବାସ୍ତବ ଶିବସେନା ଦାବି କରି ନିର୍ବାଚନ କମିସନ୍(ଇସି)ରେ ଯେଉଁ ଆବେଦନ କରିଥିଲେ ତା’ ଉପରେ ଇସି ବର୍ତ୍ତମାନ ପାଇଁ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି। ଏହି ମାମଲାରେ ସାମ୍ବିଧାନିକ ପୀଠରେ ଶୁଣାଣି ହେବା ସଂକ୍ରାନ୍ତରେ କୋର୍ଟ ବିଚାରବିମର୍ଶ କରୁଛନ୍ତି। ଆସନ୍ତା ଅଗଷ୍ଟ ୮ ତାରିଖରେ କୋର୍ଟ ଏନେଇ ନିଷ୍ପତ୍ତି ଶୁଣାଇବେ। ପ୍ରଧାନ ବିଚାରପତି ଏନ୍ ଭି ରମଣାଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଛନ୍ତି, ଆସନ୍ତା ସୋମବାର ଦିନ କୋର୍ଟ ମହାରାଷ୍ଟ୍ର ରାଜନୈତିକ ସଙ୍କଟର ବୃହତ୍ତମ ଖଣ୍ଡପୀଠରେ ଶୁଣାଣି ହେବା ସଂକ୍ରାନ୍ତରେ ନିଷ୍ପତ୍ତି ନେବେ। କୋର୍ଟ ଆଜି ସିନ୍ଦେ ଏବଂ ଠାକ୍ରେ ଗୋଷ୍ଠୀର ପକ୍ଷ ଶୁଣିଛନ୍ତି। ନିର୍ବାଚନ କମିସନ ପକ୍ଷରୁ ମଧ୍ୟ ଜଣେ ଓକିଲ ଆଜି କୋର୍ଟରେ ଉପସ୍ଥିତ ଥିଲେ। ନିର୍ବାଚନ କମିସନ୍ ଉଭୟ ସିନ୍ଦେ ଏବଂ ଠାକ୍ରେ ଗୋଷ୍ଠୀ ପକ୍ଷରୁ ଅଗଷ୍ଟ ୮ ସୁଦ୍ଧା ପ୍ରମାଣ ମାଗିଛନ୍ତି। ଏହାପରେ ମାମଲାର ଶୁଣାଣି ହେବ।
ଠାକ୍ରେ ଗୋଷ୍ଠୀକୁ ସୁପ୍ରିମକୋର୍ଟରେ ଆଶ୍ବସ୍ତି: ସିନ୍ଦେ ଗୋଷ୍ଠୀର ଆବେଦନ ଉପରେ ନିଷ୍ପତ୍ତି ନେଇପାରିବେନି ଇସି
ସାମ୍ବିଧାନିକ ପୀଠରେ ଶୁଣାଣି ପାଇଁ ବିଚାରବିମର୍ଶ ଜାରି
/sambad/media/post_attachments/wp-content/uploads/2022/08/d4g65d4gg65d4dg654g5d6gdgd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)