ନୂଆଦିଲ୍ଲୀ: ଟ୍ଵିଟର, ହ୍ଵାଟ୍ସଆପ୍, ଫେସବୁକ୍, ଇନ୍ଷ୍ଟାଗ୍ରାମ ଏବଂ ଇ-ମେଲ୍ର ଡାଟାକୁ ଅନୁଧ୍ୟାନ କରିବା ଲାଗି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ନେଇଥିବା ନିଷ୍ପତ୍ତିକୁ ଶକ୍ତ ଧକ୍କା ଲାଗିଛି। ଏହାକୁ ସୁପି୍ରମକୋର୍ଟ ସହଜରେ ଗ୍ରହଣ କରିପାରି ନାହାନ୍ତି। ଏହା କରାଗଲେ ଭାରତକୁ ଏକ ନିରୀକ୍ଷଣ ରାଷ୍ଟ୍ର ବା ସର୍ଭେଲାନ୍ସ ଷ୍ଟେଟ୍ରେ ପରିଣତ କରିବା ଭଳି ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏ ବାବଦରେ ଦୁଇ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ବିଧାୟିକା ମହୁଆ ମୈତ୍ର ଏ ନେଇ କରିଥିବା ଆବେଦନର ଶୁଣାଣି ଆଜି ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠରେ ହୋଇଛି। ବିଚାରପତି ଏ ଏମ୍ ଖାନ୍ଓ୍ଵିଲକର୍ ଏବଂ ବିଚାରପତି ଡି ଓ୍ଵାଇ ଚନ୍ଦ୍ରଚୂଡ଼ ଏହି ଖଣ୍ଡପୀଠର ସଦସ୍ୟ ରହିଛନ୍ତି। ଖଣ୍ଡପୀଠ ଏହି ମାମଲାରେ ଆଟର୍ଣ୍ଣି ଜେନେରାଲ କେ କେ ବେଣୁଗୋପାଳଙ୍କ ସହାୟତା ମଧ୍ୟ ମାଗିଛନ୍ତି। ବିଧାୟିକା ମୈତ୍ରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଏ ଏମ୍ ସିଙ୍ଘଭି ଏହି ମାମଲା ପରିଚାଳନା କରୁଛନ୍ତି। ସେ କହିଥିଲେ ସରକାର ଏଥିପାଇଁ ଟେଣ୍ଡର ଆଗତ କରିଛନ୍ତି ଏବଂ ଏହି ଟେଣ୍ଡର ଆସନ୍ତା ମାସ ୨୦ ତାରିଖରେ ଖୋଲାଯିବ। ଏହି ସୋସିଆଲ ମିଡିଆ ହବ୍ ମାଧ୍ୟମରେ ସରକାର ସୋସିଆଲ ମିଡିଆର ବିଷୟବସ୍ତୁକୁ ନୀରିକ୍ଷଣ କରିବାକୁ ଚାହୁଛନ୍ତି ବୋଲି ସିଙ୍ଘଭି କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତାମାସ ୩ ତାରିଖରେ ହେବାକୁ ଧାର୍ଯ୍ୟ କରାଯାଇଛି।
୨ ସପ୍ତାହ ମଧ୍ୟରେ କେନ୍ଦ୍ରର ଜବାବ ମାଗିଲେ ସୁପ୍ରିମକୋର୍ଟ
ହ୍ଵାଟସ୍ଆପ୍ ମେସେଜ୍ ନୀରିକ୍ଷଣ
/sambad/media/post_attachments/wp-content/uploads/2018/06/whatsapp.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)