କୋଲକାତା: ପଶ୍ଚିମବଙ୍ଗ ସରକାର ମମତା ବାନର୍ଜୀଙ୍କୁ ବଡ଼ ଆଶ୍ବସ୍ତି। ୨୦୨୨ ମସିହାରେ ଷ୍ଟାଫ୍ ସିଲେକ୍ସନ କମିସନ (ଏସ୍ଏସ୍ସି) ନିଯୁକ୍ତି ଅନିୟମିତତା ନେଇ ଚାଲିଥିବା ମାମଲାରେ ମଙ୍ଗଳବାର ମମତା ବାନାର୍ଜୀ ସରକାରଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି ସୁପ୍ରିମ୍କୋର୍ଟ।
୨୦୨୨ ମସିହାରେ ଏସ୍ଏସ୍ସି ଅଧୀନରେ ଅତିରିକ୍ତ ପଦବୀ ସୃଷ୍ଟି ପାଇଁ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ପାଇଁ କଲିକତା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ରଦ୍ଦ କରି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ।
ଭାରତର ମୁଖ୍ୟ ବିଚାରପତି (ସିଜେଆଇ) ସଞ୍ଜିବ ଖାନ୍ନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଆବଶ୍ୟକୀୟ ପରାମର୍ଶ ଏବଂ ରାଜ୍ୟପାଳଙ୍କ ଅନୁମୋଦନ ପରେ ବଙ୍ଗଳା ଶିକ୍ଷା ବିଭାଗ ଦ୍ୱାରା ଅତିରିକ୍ତ ପଦବୀ ସୃଷ୍ଟି କରାଯାଇଥିବାରୁ ନ୍ୟାୟିକ ହସ୍ତକ୍ଷେପର କୌଣସି ଆବଶ୍ୟକତା ନାହିଁ।
ଯେତେବେଳେ ମାମଲାଟି ହାଇକୋର୍ଟକୁ ଯାଇଥିଲା, ସେତେବେଳେ ଏହି ରାୟ ପ୍ରକାଶ ପାଇଥିଲା ଯେ ଅତିରିକ୍ତ ପଦବୀ ସୃଷ୍ଟି କରିବା "ଆଇନଗତ ନୁହେଁ"।
ତା’ପରେ ହାଇକୋର୍ଟରଙ୍କ ଡିଭିଜନ ବେଞ୍ଚ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ଏପରି ଏକ ନିଷ୍ପତ୍ତି ଗ୍ରହଣ କରିଥିବାରୁ କ୍ୟାବିନେଟର ସଦସ୍ୟମାନଙ୍କୁ ହେପାଜତକୁ ନେଇ ପଚରାଉଚରା କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ତେବେ ସୁପ୍ରିମକୋର୍ଟ ସିବିଆଇ ତଦନ୍ତକୁ ଅନୁମତି ଦେବା ପ୍ରସଂଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବିରତି ଦେଇଛନ୍ତି। ଶେଷରେ ଆଜି ନିର୍ଦ୍ଦେଶନାମାକୁ ଖାରଜ କରିଦେଇଛନ୍ତି ଯେ ହାଇକୋର୍ଟ ତଦନ୍ତ ନିର୍ଦ୍ଦେଶ ଦେବା ଯଥାର୍ଥ ନୁହେଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/04/08/QfmgenF8p1lXolyI8pLw.jpg)