ଭୟ ଓ ଆତଙ୍କ ଭାଇରସ୍‌ଠାରୁ ବି ଚିନ୍ତାଜନକ: ପ୍ରଧାନ ବିଚାରପତି

ସୁପ୍ରିମ୍‌ କୋର୍ଟରେ ପ୍ରବାସୀ ଶ୍ରମିକଙ୍କ ପଳାୟନ ପ୍ରସଙ୍ଗ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ନେଇ ସୁପ୍ରିମ୍‌ କୋର୍ଟରେ ଆଜି ବିଭିନ୍ନ ଆବେଦନର ଶୁଣାଣି ହୋଇଛି। ଲକ୍‌ଡାଉନ୍‌ ସମୟରେ ଶ୍ରମିକଙ୍କ ପଳାୟନ ମାମଲାରେ ମଧ୍ୟ ଆଜି ଶୁଣାଣି ହୋଇଥିଲା। ସଲିସିଟର ଜେନେରାଲ ତୁଷାର ମେହଟା କହିଥିଲେ ଯେ ଏହି ମାମଲାରେ କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପ ନେଇ ସତ୍ୟପାଠ ଦାଖଲ କରାଯିବ। ପ୍ରଧାନ ବିଚାରପତି ଏସ୍‌ଏ ବୋବଡେ ଏ ନେଇ କହିଥିଲେ ଯେ ପ୍ରଥମେ କେନ୍ଦ୍ର ସରକାରଙ୍କ ସତ୍ୟପାଠକୁ କୋର୍ଟ ଦେଖବାକୁ ଚାହୁଛନ୍ତି। କରୋନା ଭାଇରସ୍‌ଠାରୁ ଏବେ ଏହାକୁ ନେଇ ଡର ଓ ଆତଙ୍କ ଅଧିକ ଚିନ୍ତାଜନକ ବୋଲି ପ୍ରଧାନ ବିଚାରପତି କହିଛନ୍ତି । ଆସନ୍ତାକାଲି ମଧ୍ୟ ଏହି ମାମଲାର ଶୁଣାଣି ହେବ।

ସମ୍ବନ୍ଧିତ ଖବର