ନୂଆଦିଲ୍ଲୀ: ୬ଜଣ ହାଇକୋର୍ଟ ବିଚାରପତିଙ୍କୁ ବଦଳି କରିବା ଲାଗି ସୁପ୍ରିମ୍‌ କ‌ୋର୍ଟ କଲିଜିୟମ୍ ସୁପାରିସ କରିଛନ୍ତି।

Advertisment

ଏ ସଂକ୍ରାନ୍ତରେ ଜାରି ବିବୃତି ଅନୁସାରେ, ବିଚାରପତି ଅସାନୁଦ୍ଦନ ଅମାନୁଲ୍ଲା ଆନ୍ଧ୍ର ପ୍ରଦେଶ ହାଇକୋର୍ଟରୁ ପାଟନା ହାଇକୋର୍ଟ, ବିଚାରପତି ଚିତ୍ତରଞ୍ଜନ ଦାଶ ଓଡ଼ିଶା ହାଇକୋର୍ଟରୁ କାଲ୍‌କାଟା ହାଇକୋର୍ଟକୁ ବଦଳି ହେବେ।

publive-image Image Courtesy of Bar and Bench

ସେହିପରି, ତ୍ରିପୁରା ହାଇକୋର୍ଟରୁ ବିଚାରପତି ସୁଭାଶିଷ ତାଳପତ୍ର ଓଡ଼ିଶା ହାଇକୋର୍ଟ, ମଣିପୁର ହାଇକୋର୍ଟରୁ ବିଚାରପତି ଲନୁସୁଙ୍ଗ୍‌କୁମ୍‌ ଜମିର୍‌ ଗ‌ୌହାଟି ହାଇକୋର୍ଟ, ଜମ୍ମୁ ଓ କଶ୍ମୀର ହାଇକୋର୍ଟରୁ ବିଚାରପତି ଧୀରଜ ସିଂହ ଠାକୁରଙ୍କୁ ବମ୍ବେ ହାଇକୋର୍ଟ ଏବଂ ମଧ୍ୟପ୍ରଦେଶ ହାଇକୋର୍ଟରୁ ବିଚାରପତି ପୁରୁଷୈନ୍ଦ୍ର କୁମାର କୌରବଙ୍କୁ ଦିଲ୍ଲୀ ହାଇକୋର୍ଟକୁ ବଦଳି ପାଇଁ ସୁପ୍ରିମ୍‌ କୋର୍ଟ କଲିଜିୟମ୍‌ ସୁପାରିସ କରିଛନ୍ତି।