ମୁଖ୍ୟବିଚାରପତିଙ୍କ ବିରୋଧରେ ଚାଲିଥିବା ମାମଲାର ତଦନ୍ତ କରୁଥିବା କମିଟି ସଦସ୍ୟଙ୍କୁ ଦୁଇ ବିଚାରପତି ଭେଟିଥିବା ଖବରକୁ ଅସ୍ୱୀକାର କଲା ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ରବିବାର ଏକ ବଡ଼ ଖବର ସାମ୍ନାକୁ ଆସିଛି । ସୁପ୍ରିମ କୋର୍ଟର ଦୁଇ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗଇଙ୍କୁ ନେଇ ଚାଲୁଥିବା ଯୌନ ନିର୍ଯ୍ୟାତନା ମାମଲା ପାଇଁ ଗଠିତ ତଦନ୍ତ କମିଟି ସହ ଦେଖା କରିଥିଲେ ବୋଲି ଏକ ଖବର ପ୍ରକାଶ ପାଇଛି। ଏହାକୁ ନେଇ ଅନେକ ଆଲୋଚନା ଚାଲିଥିବା ବେଳେ ରବିବାର ଏହି ଖବରକୁ ଖଣ୍ଡନ କରିଛି ସୁପ୍ରିମକୋର୍ଟ । ଶୁକ୍ରବାର ସଂନ୍ଧ୍ୟାରେ ସୁପ୍ରିମ କୋର୍ଟର ଦୁଇ ବିଚାରପତି ଆର୍‌ଏଫ୍‌ ନରିମାନ ଏବଂ ଡି ଓ୍ଵାଇ ଚନ୍ଦ୍ରଚୁଡ଼ ତଦନ୍ତ କମିଟିର ମୁଖ୍ୟ ଜଷ୍ଟିସ ଏସ୍‌ଏ ବୋବଦେଙ୍କୁ ଭେଟିବା ଖବର ସଂପୂର୍ଣ୍ଣ ମିଛ ବୋଲି ସ୍ପଷ୍ଟ କରିଛି ସୁପ୍ରିମ କୋର୍ଟ । ଦୁଇ ବିଚାରପତି ଜଷ୍ଟିସ ଏସ୍‌ଏ ବୋବଦେଙ୍କୁ ଭେଟିବା ଖବର ସତ୍ୟ ନୁହେଁ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିବା ସହ ଏକ ଜଣାଶୁଣା ଖବରକାଗଜ ଏଭଳି ଖବର ଛାପିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି।

The Hindu

ଖବରକାଗଜରେ ଛପା ଯାଇଥିବା ଖବର ଅନୁଯାୟୀ, ଆର୍‌ ଏଫ୍‌ ନରିମନ ଏବଂ ଡି ଓ୍ଵାଇ ଚନ୍ଦ୍ରଚୁଡ଼ ଜଷ୍ଟିସ ବୋବଦେଙ୍କୁ ଭେଟି ୩ଜଣ ସଦସ୍ୟଙ୍କୁ ନେଇ ମୁଖ୍ୟବିଚାରପତିଙ୍କ ବିରୋଧରେ ଚାଲୁଥିବା ଯୌନ ନିର୍ଯ୍ୟାତନା ମାମଲାର ତଦନ୍ତ କରିବା ଠିକ୍‌ ନୁହେଁ ଏବଂ ଏହି ମାମଲା ପାଇଁ ଆଉ ଜଣେ ସଦସ୍ୟଙ୍କୁ ନିଯୁକ୍ତି ଦିଆଯାଉ ବୋଲି କହିଥିଲେ । ଏହାକୁ ଆଜି ଖଣ୍ଡନ କରିଛନ୍ତି ସୁପ୍ରିମ କୋର୍ଟ ।

ସମ୍ବନ୍ଧିତ ଖବର