ନୂଆଦିଲ୍ଲୀ: ଚଳିତ ୨୦୧୯ ଲୋକସଭା ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ଘୋଷଣା ପୂର୍ବରୁ ପ୍ରତି ଲୋକସଭା ନିର୍ବାଚନ ମଣ୍ଡଳୀରେ ଭିଭିପିଏଟି (ଭୋଟର ଭେରିଫାଏବଲ ପେପର ଅଡିଟ୍ ଟ୍ରେଲ୍) ଦ୍ଵାରା ହୋଇଥିବା ୫୦ ପ୍ରତିଶତ ଭୋଟ୍ର ସ୍ଲିପ୍କୁ ବାଧ୍ୟତାମୂଳକ ଭାବେ ଗଣତି କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଦେଶର ୨୧ଟି ରାଜନୈତିକ ଦଳ ଆଜି ପୁଣି ଥରେ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେବା ସହ ଏକ ସମୀକ୍ଷା ଯାଚିକା ଆଗତ କରିଛନ୍ତି।
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ପୂର୍ବରୁ ମଧ୍ୟ ଏହି ୨୧ଟି ରାଜନୈତିକ ଦଳ ସମାନ ଅନୁରୋଧ କରି ସୁପ୍ରିମ୍ କୋର୍ଟରେ ଏକ ଯାଚିକା ଆଗତ କରିଥିଲେ। ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟସ୍ ରଂଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ ଦୀପକ ଗୁପ୍ତା ଓ ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଏକ ତିନି ଜଣିଆ ଖଣ୍ଡପୀଠ ଗତ ୮ ତାରଖରେ ଏହି ମାମଲାର ଚୂଡ଼ାନ୍ତ ଶୁଣାଣି କରି ଭୋଟରମାନଙ୍କର ବିଶ୍ୱାସ ଓ ନିର୍ବାଚନ ପ୍ରକ୍ରିୟାର ବିଶ୍ୱାସନୀୟତା ବଜାୟ ରଖିବାକୁ ନିର୍ବାଚନ କମିଶନ ପ୍ରତି ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପ୍ରତ୍ୟେକ ବିଧାନସଭା କ୍ଷେତ୍ରରୁ ଗୋଟିଏ ବଦଳରେ ପାଞ୍ଚଟି ବୁଥ୍ର ଭିଭିପିଏଟି (ଭୋଟର ଭେରିଫାଏବଲ ପେପର ଅଡିଟ୍ ଟ୍ରେଲ୍) ସ୍ଲିପ୍ ଗଣତି କରିବା ସହ ତାକୁ ଇଭିଏମ୍ ସହ ମିଳାଇ ଦେଖିବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇ ଏହି ମାମଲାର ଶୁଣାଣିକୁ ଶେଷ କରିଥିଲେ।
/sambad/media/post_attachments/wp-content/uploads/2019/04/SC-1-300x168.jpg)
ତେବେ, ଆଜି ଆଉଥରେ ଦେଶର ୨୧ଟି ରାଜନୈତିକ ଦଳ ସୁପ୍ରିମ୍ କୋର୍ଟରେ ଏକ ସମୀକ୍ଷା ଯାଚିକା ଆଗତ କରି ଚଳିତ ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ପ୍ରତି ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପ୍ରତ୍ୟେକ ବିଧାନସଭା କ୍ଷେତ୍ରରୁ ଗୋଟିଏ ବଦଳରେ ପାଞ୍ଚଟି ବୁଥ୍ର ଭିଭିପିଏଟି (ଭୋଟର ଭେରିଫାଏବଲ ପେପର ଅଡିଟ୍ ଟ୍ରେଲ୍) ସ୍ଲିପ୍ ଗଣତି କରିବା ସହ ତାକୁ ଇଭିଏମ୍ ସହ ମିଳାଇ ଦେଖିବାକୁ ଦେଇଥିବା ରାୟକୁ ସମୀକ୍ଷା କରି ଚଳିତ ୨୦୧୯ ଲୋକସଭା ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ଘୋଷଣା ପୂର୍ବରୁ ପ୍ରତି ଲୋକସଭା ନିର୍ବାଚନ ମଣ୍ଡଳୀରେ ୫ଟି ନୁହେଁ ବରଂ ଭିଭିପିଏଟି (ଭୋଟର ଭେରିଫାଏବଲ ପେପର ଅଡିଟ୍ ଟ୍ରେଲ୍) ଦ୍ଵାରା ହୋଇଥିବା ପ୍ରତି ନିର୍ବାଚନ ମଣ୍ଡଳୀର ୫୦ ପ୍ରତିଶତ ଭୋଟ୍ର ସ୍ଲିପ୍କୁ ବାଧ୍ୟତାମୂଳକ ଭାବେ ଗଣତି କରିବା ପାଇଁ ନିର୍ଦ୍ଦେଶ ଦେବାକୁ ପ୍ରାର୍ଥନା କରି ଏହି ସମୀକ୍ଷା ଯାଚିକା ଆଗତ କରିଛନ୍ତି।