ଗୋଟିଏ ନୁହେଁ ୫ଟି ଭିଭିପିଏଟିର ଭୋଟ୍‌କୁ ଗଣତି କରିବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ପ୍ରତି ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପ୍ରତ୍ୟେକ ବିଧାନସଭା କ୍ଷେତ୍ରରୁ ଗୋଟିଏ ବଦଳରେ ପାଞ୍ଚଟି ବୁଥ୍‌ର ଭିଭିପିଏଟି (ଭୋଟର ଭେରିଫାଏବଲ ପେପର ଅଡିଟ୍‌ ଟ୍ରେଲ୍‌) ସ୍ଲିପ୍‌ ଗଣତି କରିବା ସହ ତାକୁ ଇଭିଏମ୍‌ ସହ ମିଳାଇ ଦେଖିବାକୁ ସୁପ୍ରିମ୍‌ କୋର୍ଟ ଆଜି ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟସ୍‌ ରଂଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ଦୀପକ ଗୁପ୍ତା ଓ ଜଷ୍ଟିସ୍‌ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଏକ ତିନି ଜଣିଆ ଖଣ୍ଡପୀଠ ଭୋଟରମାନଙ୍କର ବିଶ୍ୱାସ ଓ ନିର୍ବାଚନ ପ୍ରକ୍ରିୟାର ବିଶ୍ୱାସନୀୟତା ବଜାୟ ରଖିବାକୁ ନିର୍ବାଚନ କମିଶନ ପ୍ରତି ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପ୍ରତ୍ୟେକ ବିଧାନସଭା କ୍ଷେତ୍ରରୁ ଗୋଟିଏ ବଦଳରେ ପାଞ୍ଚଟି ବୁଥ୍‌ର ଭିଭିପିଏଟି (ଭୋଟର ଭେରିଫାଏବଲ ପେପର ଅଡିଟ୍‌ ଟ୍ରେଲ୍‌) ସ୍ଲିପ୍‌ ଗଣତି କରିବା ସହ ତାକୁ ଇଭିଏମ୍‌ ସହ ମିଳାଇ ଦେଖିବାକୁ କହିଛନ୍ତି ସୁପ୍ରିମ୍‌ କୋର୍ଟ।

ଉଲ୍ଲେଖଯୋଗ୍ୟ, ଦେଶର ୨୧ଟି ରାଜନୈତିକ ଦଳ ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ପ୍ରତି ଲୋକସଭା ନିର୍ବାଚନ ମଣ୍ଡଳୀରେ ଭିଭିପିଏଟି (ଭୋଟର ଭେରିଫାଏବଲ ପେପର ଅଡିଟ୍‌ ଟ୍ରେଲ୍‌) ଦ୍ଵାରା ୫୦ ପ୍ରତିଶତ ଭୋଟ୍‌ର ବାଧ୍ୟତାମୂଳକ ଗଣତି ଦାବି କରି ଗୁରୁବାର ସୁପ୍ରିମ୍‌ କୋର୍ଟରେ ଏକ ଯାଚିକା ଆଗତ କରିଥିଲେ। ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟସ୍‌ ରଂଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ଦୀପକ ଗୁପ୍ତା ଓ ଜଷ୍ଟିସ୍‌ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଏକ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ବିଚାର କରି ନିର୍ବାଚନ କମିଶନଙ୍କୁ ଉପରୋକ୍ତ ନିର୍ଦ୍ଦେଶ ଦେବା ସହ ଏହି ମାମଲାର ଶୁଣାଣିକୁ ଏହିଠାରେ ଶେଷ କରିଛନ୍ତି।

ସମ୍ବନ୍ଧିତ ଖବର