ଜୁହୁ ବଙ୍ଗଳାର ବେଆଇନ ଅଂଶ ନ ଭାଙ୍ଗିବା ପାଇଁ ନାରାୟଣ ରାଣେଙ୍କ ଆବେଦନକୁ ଖାରଜ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କ ପରିବାର ମାଲିକାନାରେ ଜୁହୁଠାରେ ଥିବା ଏକ ବଙ୍ଗଳାର ବେଆଇନଭାବେ ନିର୍ମିତ ଅଂଶକୁ ଭାଙ୍ଗିବା ଲାଗି ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ରାଣେ ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିଲେ। ସୋମବାର ସୁପ୍ରିମ୍‌କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି।

ଜଷ୍ଟିସ୍ ସଞ୍ଜୟ କିଷନ କୌଲ ଓ ଅଭୟ ଏସ୍ ଓକାଙ୍କ ଖଣ୍ଡପୀଠ ଜୁହୁ ବଙ୍ଗଳାର ମାଲିକ ରାଣେଙ୍କ ପାରିବାରିକ କମ୍ପାନି କାଲକା ରିୟଲ ଇଷ୍ଟେଟ୍ ପ୍ରାଇଭେଟ୍ ଲିମିଟେଡ୍‌ର ଆବେଦନକୁ ଅଗ୍ରାହ୍ୟ କରିଦେଇଥିଲେ। କୋର୍ଟ ରାଣେଙ୍କୁ କହିଲେ ଯେ ତାଙ୍କ ବଙ୍ଗଳାର ବେଆଇନ ଅଂଶକୁ ସେ ଦୁଇମାସ ଭିତରେ ନିଜ ଦାୟିତ୍ବରେ ଭାଙ୍ଗିବେ। ଏଥିରେ ବିଫଳ ହେଲେ ବୃହନ୍ମୁମ୍ବାଇ ପୌର ନିଗମ (ବିଏମ୍‌ସି) ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ପୂର୍ବରୁ ବମ୍ବେ ହାଇକୋର୍ଟ ସେପ୍ଟେମ୍ବର ୨୦ରେ ବିଏମ୍‌ସିକୁ ବଙ୍ଗଳାର ବେଆଇନ ଅଂଶ ଦୁଇ ସପ୍ତାହ ଭିତରେ ଭାଙ୍ଗିବାକୁ ଆଦେଶ ଦେଇଥିଲେ। ଜଷ୍ଟିସ୍ ଆର୍‌ଡି ‌ଧନୁକା ଓ କମଲ ଖଟାଙ୍କ ଖଣ୍ଡପୀଠ ମଧ୍ୟ ରାଣେଙ୍କ କମ୍ପାନି ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା ଲଗାଇଥିଲେ।

ସମ୍ବନ୍ଧିତ ଖବର