ନୂଆଦିଲ୍ଲୀ: ନୂଆ ସଂସଦ ଭବନ ରାଷ୍ଟ୍ରପତିଙ୍କଦ୍ବାରା ଉଦ୍ଘାଟନ କରାଇବା ପାଇଁ ଲୋକସଭା ସଚିବାଳୟକୁ ନିର୍ଦେଶ ଦେବା ପାଇଁ ଅନୁରୋଧ କରି ଫାଇଲ୍ କରାଯାଇଥିବା ପିଟିସନ୍କୁ ଆଜି ସୁପ୍ରିମ୍ କୋର୍ଟ ଖାରଜ କରି ଦେଇଛନ୍ତି।
ରାଷ୍ଟ୍ରପତି ଭାରତର ପ୍ରଥମ ନାଗରିକ ଏବଂ ଦେଶର ମୁଖ୍ୟ ହୋଇଥିବାରୁ ସେ ନୂଆ ସଂସଦ ଭବନ ଉଦ୍ଘାଟନ କରିବା ଉଚିତ ବୋଲି ଉକ୍ତ ପିଟିସନ୍ରେ ନିବେଦନ କରାଯାଇଥିଲା।
ବିଚାରପତି ଜେକେ ମାହେଶ୍ବରୀ ଏବଂ ପି.ଏସ୍. ନରସିଂହଙ୍କୁ ନେଇ ଗଠିତ ସୁପ୍ରିମ୍ କୋର୍ଟଙ୍କ ଖଣ୍ଡପୀଠ ପିଟିସନ୍ ଦାଏର କରିଥିବା ଆଡ୍ଭୋକେଟ୍ ଜୟ ସୁକିନ୍ଙ୍କୁ କହିଲେ, ଆପଣ କାହିଁକି ଏହି ପିଟିସନ୍ ଫାଇଲ୍ କରିଛନ୍ତି, ଆମେ ଜାଣୁ। ଆମେ ଏହି ପିଟିସନ୍କୁ ଶୁଣାଣି ପାଇଁ ଗ୍ରହଣ କରିବୁ ନାହିଁ। କିନ୍ତୁ, ଫାଇଲ୍ କରିଥିବା ପିଟିସନ୍ ପାଇଁ ଆମେ ଆପଣଙ୍କୁ କୌଣସି ଦେୟ ପୈଠ କରୁ ନ ଥିବାରୁ ଆପଣ ଆମ ପ୍ରତି କୃତଜ୍ଞ ରହିବା ଉଚିତ।
Image Courtesy of Business Todayଓକିଲ ସି.ଆର୍. ଜୟ ସୁକିନ୍ ଫାଇଲ୍ କରିଥିବା ଉକ୍ତ ପିଟିସନ୍ରେ ଉଲ୍ଲେଖ ଅଛି ଯେ, ଉଦ୍ଘାଟନ ଉତ୍ସବରେ ରାଷ୍ଟ୍ରପତିଙ୍କୁ ଅନ୍ତର୍ଭୁକ୍ତ ନ କରାଇ କେନ୍ଦ୍ର ସରକାର ଭାରତର ସମ୍ବିଧାନ ଉଲ୍ଲଂଘନ କରିଛନ୍ତି।
ପାର୍ଲାମେଣ୍ଟ୍ ହେଉଛି ଭାରତର ସର୍ବୋଚ୍ଚ ଆଇନ ପ୍ରଣେତା ସଂସ୍ଥାନ। ରାଷ୍ଟ୍ରପତି ଏବଂ ଦୁଇ ଗୃହ ଯଥା:- ଲୋକସଭା ଓ ରାଜ୍ୟସଭାକୁ ନେଇ ସଂସଦ ଗଠିତ। ସଂସଦ ବା ଲୋକସଭା ଭାଙ୍ଗିବାର କ୍ଷମତା ରାଷ୍ଟ୍ରପତିଙ୍କର ଅଛି ବୋଲି ଉକ୍ତ ପିଟିସନ୍ରେ ସେ କହିଛନ୍ତି।
ସୂଚନାଯୋଗ୍ୟ, ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଆମନ୍ତ୍ରଣକ୍ରମେ ମେ ୨୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ମୋଦୀ ୪ ତାଲାବିଶିଷ୍ଟ ନୂତନ ସଂସଦ ଭବନର ଉଦ୍ଘାଟନ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/sc-4.jpg)