ନୂଆଦିଲ୍ଲୀ: ଓଡ଼ିଶା ସରକାରଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଚାଲେଞ୍ଜ୍ କରି ଦାଏର କରାଯାଇଥିବା ଦୁଇଟି ପିଟିସନ୍ଙ୍କୁ ଆଜି ସୁପ୍ରିମ୍ କୋର୍ଟ ରଦ୍ଦ କରି ଦେଇଛନ୍ତି।
ଏହି ପିଟିସନ୍ଗୁଡ଼ିକୁ ମୂଲ୍ୟହୀନ ଏବଂ ଜନସ୍ବାର୍ଥ ବିରୋଧୀ ବୋଲି କହି ଅଦାଲତ୍ ଉଭୟ ଆବେଦନକାରୀଙ୍କ ଉପରେ ୧ ଲକ୍ଷ ଟଙ୍କା ଲେଖାଏ ଜରିମାନା କରିଛନ୍ତି। ଖଣ୍ଡପୀଠ କହିଛନ୍ତି- ନିକଟ ଅତୀତରେ ଜନସ୍ବାର୍ଥ ମାମଲା ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ସେଥିରୁ ଅନେକ ପିଟିସନ୍ ହୁଏ ତ ପ୍ରଚାର କେନ୍ଦ୍ରିକ ଅଥବା ବ୍ୟକ୍ତିଗତ ସ୍ବାର୍ଥ ବିଜଡ଼ିତ। ଅଦାଲତଙ୍କ ସମୟ ନଷ୍ଟ କରୁଥିବାରୁ ଆମେ ଏଭଳି ପିଟିସନ୍ ଦାଏର ପ୍ରଥାକୁ ଅଗ୍ରାହ୍ୟ କରୁଛୁ। ତେଣୁ, ଏଭଳି ପିଟିସନ୍ଗୁଡ଼ିକୁ ମୂଳରୁ ନିପାତ କଲେ ମାମଲା ଆଗକୁ ବଢ଼ି ପାରିବ ନାହିଁ।
ଅଦାଲତ କହିଲେ ଯେ, ରାଜ୍ୟ ସରକାର ଗ୍ରହଣ କରିଥିବା କାର୍ଯ୍ୟକଳାପ ଜନସାଧାରଣଙ୍କ ସୁବିଧା ନିମନ୍ତେ ଅତ୍ୟାବଶ୍ୟକ। ସେସବୁ ‘ପ୍ରାଚୀନ ସ୍ମାରକୀ ଓ ପତ୍ନତାତ୍ତ୍ବିକ ସ୍ଥଳୀ ଓ ଅବଶେଷ ଆଇନ୍ ୧୯୫୮’ ଅନୁଯାୟୀ କରାଯାଉଛି। ଏହାଛଡ଼ା, ମନ୍ଦିର ପ୍ରଶାସନ ନିମନ୍ତେ ପୂର୍ବରୁ ସୁପ୍ରିମ୍ କୋର୍ଟ ଜାରି କରିଥିବା ନିର୍ଦେଶମତେ ମଧ୍ୟ ଏହା ଚାଲିଛି।
Image Courtesy of The Indian Expressଭକ୍ତମାନଙ୍କର ସୁବିଧା ଓ ହିତ ନିମନ୍ତେ ଏହି ସବୁ ନିର୍ମାଣ କାର୍ଯ୍ୟ ଚାଲିଛି ବୋଲି ଅଦାଲତ କହିଛନ୍ତି।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଓଡ଼ିଶା ସରକାର ଚଳାଇଥିବା ବେଆଇନ ଉତ୍ଖନନ ଏବଂ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ଆଗତ ପିଟିସନ୍ଗୁଡ଼ିକର ଶୁଣାଣି କରି ଗୁରୁବାର ଦିନ ସୁପ୍ରିମ୍ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ।
ବିଚରପତି ବି.ଆର୍. ଗୱାଇ ଏବଂ ହିମା କୋହଲିଙ୍କୁ ନେଇ ଗଠିତ ଅବକାଶ ଖଣ୍ଡପୀଠ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ନିର୍ମାଣ କାର୍ଯ୍ୟରୁ ରାଜ୍ୟ ସରକାରଙ୍କୁ ବିରତ କରାଯିବ ନାହିଁ ବୋଲି ଓଡ଼ିଶା ହାଇକୋର୍ଟ ଦେଇଥିବା ରାୟକୁ ଚାଲେଞ୍ଜ୍ କରି ଆଗତ ଦୁଇଟି ସ୍ବତନ୍ତ୍ର ‘ଲିଭ୍ ପିଟିସନ୍’ ର ଶୁଣାଣି କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/a811295c-5d4f-42d5-b136-e3d6fe6b7e38.jpg)