ନୂଆଦିଲ୍ଲୀ: ସାରଦା ଚିଟ୍ ଫଣ୍ଡ୍ ଦୁର୍ନୀତିରେ ସମ୍ପୃକ୍ତ କୋଲ୍କାତା ପୁଲିସର ପୁର୍ବତନ ମୁଖ୍ୟ ରାଜୀବ କୁମାରଙ୍କ ଠାରୁ ଶୁକ୍ରବାର ଦିନ ସୁପ୍ରିମ୍ କୋର୍ଟ ଗିରଫଦାରି ସୁରକ୍ଷା ପ୍ରତ୍ୟାହାର କରି ଉପଯୁକ୍ତ ଅଦାଲତରୁ ଆଗୁଆ ଜାମିନ ଆଣିବାକୁ ସାତ ଦିନ ସମୟ ଦେଇଛନ୍ତି।
ଶୀର୍ଷ ଅଦାଲତ କହିଛନ୍ତି ଯେ ରାଜୀବ କୁମାରଙ୍କୁ ଅସ୍ଥାୟୀ ସୁରକ୍ଷା ଦେଉଥିବା ଫେବ୍ରୁଆରି ୫ ତାରିଖର ଆଦେଶ ଶୁକ୍ରବାର ଠାରୁ ସାତ ଦିନ ଯାଏଁ ବଳବତ୍ତର ରହିବ। ସେ ସମୟ ମଧ୍ୟରେ ସେ ଉପଯୁକ୍ତ ଅଦାଲତକୁ ଯାଇ ଆଇଗତ ପ୍ରତିକାର ପାଇଁ ବ୍ୟବସ୍ଥା କରିପାରିବେ।
ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଲେ ଯେ ଏହାପରେ ଏହି ମାମଲାରେ ସିବିଆଇ ଅବାଧରେ ଆଇନ ଅନୁସାରେ କାମ କରି ପାରିବ।
କୁମାରଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ଅସ୍ଥାୟୀ ଆଦେଶ ଉଠାଇ ନେବା ପାଇଁ ସିବିଆଇ ଅଦାଲତରେ ଆବେଦନ କରିଥିଲା।
କୁମାରଙ୍କୁ ହାଜତରେ ପଚରା ଉଚୁରା କରାଯିବା ଆବଶ୍ୟକ ବୋଲି ସିବିଆଇ ଶୀର୍ଷ ଅଦାଲତଙ୍କୁ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/rajeev.jpg)