ଧାରା ୩୭୦ ଉଚ୍ଛେଦ ମାମଲା: କେନ୍ଦ୍ର ଓ ଜମ୍ମୁ-କଶ୍ମୀର ସରକାରଙ୍କ ଉପରେ ବିରକ୍ତି ପ୍ରକ‌ାଶ କଲେ ସୁପ୍ରିମ୍ କୋର୍ଟ

ନୂଆଦିଲ୍ଲୀ: ଧାରା ୩୭୦ର ଉଚ୍ଛେଦ ପରେ  ଜମ୍ମୁ-କଶ୍ମୀରରେ  ଜାରି କରାଯାଇଥିବା କଟକଣା ଓ ନାଗରିକ ସ୍ୱାଧୀନତା ଉପରେ ଅଙ୍କୁଶ ସଂପର୍କିତ ମାମଲାର ଶୁଣାଣି କରି ବୁଧବାର ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାର ଓ ଜମ୍ମୁ-କଶ୍ମୀର ସରକାରଙ୍କ ଉପରେ ବର୍ଷିଛନ୍ତି । ଆଇନ-ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ଲାଗି  ଜମ୍ମୁ-କଶ୍ମୀରରେ ସାଧାରଣ ନାଗରିକଙ୍କୁ ଅଟକ ଓ ଗୃହବନ୍ଦୀ ରଖାଯାଇଥିବା ବିରୋଧରେ ଦାୟର ହୋଇଥିବା ବିଭିନ୍ନ ମାମଲାରେ  କଶ୍ମୀର ସରକାରଙ୍କୁ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଆଜି ଶୁଣାଣି ହେବାକୁ ଥିବା ସତ୍ତ୍ୱେ କେନ୍ଦ୍ର ସରକାର ଓ ଜମ୍ମୁ-କଶ୍ମୀର ସରକାର ସତ୍ୟପାଠ ଦାଖଲ କରି ନ ଥିଲେ ।

କଶ୍ମୀର ମାମଲାରେ ସତ୍ୟପାଠ ଦାଖଲ ନେଇ ବିଳମ୍ବ ହେବାରୁ ସୁପ୍ରିମ୍ କୋର୍ଟ ବିରକ୍ତି ପ୍ରକାଶ କରି କହିଥିଲେ, ଆପଣମାନେ ଆମକୁ ସବୁ ସମୟରେ ଗ୍ରହଣଯୋଗ୍ୟ ମନେ କରିବା ଉଚିତ୍ ନୁହେଁ । ଏହାପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ, ଆମେ ସଙ୍ଗେ ସଙ୍ଗେ ସତ୍ୟପାଠ ଦାଖଲ କରୁଛୁ ।

ଅନ୍ୟପକ୍ଷରେ ଅସିଫା ମୁବିନ୍ ନାମ୍ନୀ ମହିଳା ତାଙ୍କ ସ୍ୱାମୀଙ୍କ ଅଟକକୁ ନେଇ ଦାୟର କରିଥିବା ମାମଲାରେ ଦର୍ଶାଇଥିଲେ କି ପ୍ରଶାସନ ତାଙ୍କ ସ୍ୱାମୀଙ୍କ ନାଗରିକ ଅଧିକାରକୁ କ୍ଷୁର୍ଣ୍ଣ କରିଛି । ଏହି ମାମଲାରେ ଜମ୍ମୁ-କଶ୍ମୀର ସରକାର ସତ୍ୟପାଠ ଦାଖଲ କରି ନ ଥିବାରୁ ବିରକ୍ତି ପ୍ରକାଶ କରିଥିଲେ ।

ସମ୍ବନ୍ଧିତ ଖବର