ଚିଦମ୍ବରମଙ୍କ ସିବିଆଇ ରିମାଣ୍ଡ ମିଆଦ ସେପ୍ଟେମ୍ବର ୨କୁ ବୃଦ୍ଧି

ନୂଆଦିଲ୍ଲୀ : ଆଇଏନଏକ୍ସ ମିଡିଆ ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦମ୍ବରମଙ୍କ ରିମାଣ୍ଡ ମିଆଦକୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ବଢାଇଦେଇଛନ୍ତି ସୁପ୍ରିମକୋର୍ଟ । ଗତ ୨୬ ତାରିଖରେ ତାଙ୍କୁ ଦିଆଯାଇଥିବା ୪ ଦିନିଆ ରିମାଣ୍ଡ ମିଆଦ ଆଜି ଶେଷ ହେବା ପରେ ତାଙ୍କୁ ସୁପ୍ରିମ କୋର୍ଟରେ ହାଜର କରାଯାଇଥିଲା । ଜଷ୍ଟିସ ଅଜୟ କୁମାର କୁହର ତାଙ୍କ ସିବିଆଇ ରିମାଣ୍ଡ ମିଆଦ ଆସନ୍ତା ସୋମବାର ପର୍ଯ୍ୟନ୍ତ ବଢାଇଦେଇଛନ୍ତି । ସିବିଆଇ ପକ୍ଷରୁ ମାମଲା ଲଢୁଥିବା ଅତିରିକ୍ତ ସୋଲିସିଟର ଜେନେରାଲ କେଏମ ନଟରାଜ କହିଥିଲେ ଯେ ଚିଦମ୍ବରମଙ୍କ ଜେରା ଶେଷ ହୋଇନାହିଁ । ଆଉ କେତେକ ପ୍ରମାଣ ସହ ତାଙ୍କୁ ଜେରା କରିବାର ଆବଶ୍ୟକତା ରହିଛି ।

ଆଇଏନଏକ୍ସ ମିଡିଆ ମାମଲାରେ ଚିଦମ୍ବରମଙ୍କୁ ଗତ ୨୧ ତାରିଖରେ ସିବିଆଇ ତାଙ୍କ ବାସଭବନରୁ ଗିରଫ କରିଥିଲା । ୨୦୦୭ରେ ଚିଦମ୍ବରମ ଅର୍ଥମନ୍ତ୍ରୀ ଥିବାବେଳେ ଆଇଏନଏକ୍ସ ମିଡିଆରେ ୩୦୫ କୋଟି ଟଙ୍କାର ବିଦେଶୀ ପୁଞ୍ଜି ନିବେଶକୁ ବିଦେଶୀ ନିବେଶ ପ୍ରେତ୍ସାହନ ବୋର୍ଡ ବେଆଇନ ଭାବେ ଅନୁମତି ଦେଇଥିଲା । ଲାଞ୍ଚ ନେଇ ଚିଦମ୍ବରମ ଏହି ଅନୁମତି ଦେଇଥିଲେ ବୋଲି ସିବିଆଇ କହୁଛି ।

ସମ୍ବନ୍ଧିତ ଖବର