ସିବିଆଇକୁ ତଦନ୍ତରେ ସହଯୋଗ କରୁନାହାନ୍ତି ଚିଦମ୍ବରମ୍‌, ସବୁ ପ୍ରଶ୍ନର ସମାନ ଉତ୍ତର ‘ମୋର ମନେ ନାହିଁ’

ବୁଧବାର ପର୍ଯ୍ୟନ୍ତ ଗିରଫ କରିପାରିବ ନାହିଁ ଇଡି : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଆଇଏନଏକ୍ସ ମିଡିଆ ମାମଲାରେ ସିବିଆଇ ହାଜତରେ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦମ୍ବରମଙ୍କୁ ଆସନ୍ତା ବୁଧବାର ପର୍ଯ୍ୟନ୍ତ ଏନଫୋର୍ସମେଣ୍ଟ ଡାଇରେକ୍ଟରେଟ (ଇଡି) ଗିରଫ କରିପାରିବ ନାହିଁ ବୋଲି ଆଜି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗତ ୨୦ ତାରିଖରେ ଦିଲ୍ଲୀ ହାଇକୋର୍ଟ ଏହି ମାମଲାର ବିଚାର କରି ଚିଦମ୍ବରମଙ୍କୁ ଅଗ୍ରୀମ ଜାମିନ ଦେବାକୁ ମନାକରିଦେଇଥିଲେ । ତେବେ ଏହାକୁ ଚ୍ୟାଲେଞ୍ଜ କରି ଚିଦମ୍ବରମ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଅନ୍ୟପକ୍ଷରେ ଗତ ୨୧ ତାରିଖରୁ ଚିଦମ୍ବରମ ସିବିଆଇ ହାଜତରେ ଥିଲେ ମଧ୍ୟ ସେ ତଦନ୍ତରେ ସହଯୋଗ କରୁନଥିବା ସିବିଆଇ କୋର୍ଟଙ୍କୁ ଜଣାଇଛି । ସବୁ ପ୍ରଶ୍ନର ଉତ୍ତର ସେ ‘ମୁଁ ଜାଣିନାହିଁ’ କିମ୍ବା ‘ମୋର ମନେ ନାହିଁ’ ଦେଉଥିବା ସିବିଆଇ ସୁତ୍ରରୁ ଜଣାପଡିଛି । ଯଦି ସେ ତଦନ୍ତରେ ସହଯୋଗ ନକରନ୍ତି ତେବେ ତାଙ୍କର ଲାଇ-ଡିଟେକ୍ସନ ଟେଷ୍ଟ କରିବାକୁ ସିବିଆଇ ବିଚାର କରୁଛି । ଏଥିଲାଗି ଅନୁମତି ଦେବାକୁ ସିବିଆଇ ସୁପ୍ରିମକୋର୍ଟଙ୍କୁ ଆବେଦନ କରିବାର ସମ୍ଭାବନା ରହିଛି । ସିବିଆଇ ମଧ୍ୟ ତାଙ୍କୁ ଇନ୍ଦ୍ରାଣୀ ମୁଖାର୍ଜିଙ୍କ ସହ ମୁହାଁମୁହିଁ ବସାଇ ଜେରା କରିବାକୁ ଯୋଜନା କରୁଛି ।

ସମ୍ବନ୍ଧିତ ଖବର