ମମତା ବାନାର୍ଜୀଙ୍କ ବିବାଦୀୟ ଫଟୋ ସେୟାର କରି ଗିରଫ ହୋଇଥିବା ବିଜେପି ନେତ୍ରୀଙ୍କୁ ମିଳିଲା ଜାମିନ୍‌, ତୁରନ୍ତ ଛାଡ଼ିବାକୁ ଆଦେଶ ଦେଲେ ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଫଟୋ ଏଡିଟ୍‌ କରି ଗିରଫ ହୋଇଥିଲେ ବିଜେପି ନେତ୍ରୀ ପ୍ରିୟଙ୍କା ଶର୍ମା । ତେବେ ମଙ୍ଗଳବାର ଏହି ମାମଲା ଉପରେ ଶୁଣାଣି କରି ସୁପ୍ରିମ କୋର୍ଟ ଗିରଫ ହୋଇଥିବା ବିଜେପି ନେତ୍ରୀଙ୍କୁ ତୁରନ୍ତ ଛାଡ଼ିବା ପାଇଁ ଆଦେଶ ଦେଇଛନ୍ତି । ତେବେ ଏହି ଖବର ଆସିବା ପରେ ପ୍ରିୟଙ୍କାଙ୍କ ମା’ ନିଜର ଖୁସି ଜାହିର କରିବା ସହ ଝିଅର ଫେରିବା ବାଟକୁ ଚାହିଁ ରହିଥିବା ନେଇ କହିଛନ୍ତି ।

oneindia.com

ସୂଚନା ମୁତାବକ, କିଛି ଦିନ ତଳେ ମେଟ୍‌ ଗାଲା ୨୦୧୯ରେ ଥିବା ପ୍ରିୟଙ୍କାଙ୍କ ଲୁକ୍‌ ସାମ୍ନାକୁ ଆସିବା ପରେ ଲୋକେ ଟ୍ରୋଲ କରିବା ସହ ଚନ୍ଦନ ତସ୍କର ବୀରାପ୍ପାନଙ୍କ ନିଶ ସହ ପ୍ରିୟଙ୍କାଙ୍କ କେଶ ସଜ୍ଜାକୁ ତୁଳନା କରିଥିଲେ । ଏହା ସହ ହାଓ୍ଵଡ଼ା ଜିଲ୍ଲାର ବିଜେପି ଯୁବା ମୋର୍ଚ୍ଚାର ମୁଖ୍ୟ ପ୍ରିୟଙ୍କାଙ୍କ ମେଟ୍‌ ଗାଲା ଫଟୋକୁ ଏଡିଟ୍‌ କରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁହଁ ଲଗାଇଥିବାରୁ ତାଙ୍କୁ ଗିରଫ କରାଯାଇଥିଲା । ମହିଳାଜଣଙ୍କ ଫଟୋ ଏଡିଟ୍‌ କରି ସୋସିଆଲ ମିଡିଆରେ ସେୟାର କରିଥିଲେ । ଯାହା ଧିରେ ଧିରେ ଭାଇରାଲ ହୋଇଥିଲା । ଫଟୋ ଭାଇରାଲ ହେବା ପରେ ଦାସନଗର ପୁଲିସ ଷ୍ଟେସନରେ ତାଙ୍କ ବିରୋଧରେ ଏତଲା ରୁଜୁ କରି ତାଙ୍କୁ ଗିରଫ କରାଯାଇଥିଲା।

ସମ୍ବନ୍ଧିତ ଖବର