କରୋନାରେ ଅନାଥ ଶିଶୁଙ୍କୁ ତୁରନ୍ତ ସହାୟତା ଦେବାକୁ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀ ଯୋଗୁଁ ଯେଉଁ ଶିଶୁମାନେ ଅନାଥ ହୋଇଯାଇଛନ୍ତି, ସେମାନଙ୍କୁ ତତ୍କାଳ ସହାୟତା ଯୋଗାଇ ଦେବାକୁ ସୁପ୍ରିମ୍‌ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଏ ବାବଦରେ ଶୁଣାଣି କରି ସୁପ୍ରିମ୍‌ କୋର୍ଟ କହିଛନ୍ତି ଯେ କୋଭିଡ୍‌ ପାଇଁ ବହୁ ସଂଖ୍ୟାରେ ଶିଶୁ ସେମାନଙ୍କ ପିତା-ମାତାଙ୍କୁ ହରାଇ ଅନାଥ ହୋଇଯାଇଛନ୍ତି। ସେହି ଶିଶୁମାନଙ୍କୁ ଚିହ୍ନଟ ପ୍ରକ୍ରିୟା ସଂପୂର୍ଣ୍ଣ କରିବାକୁ ହେବ ଏବଂ ରାଜ୍ୟମାନେ ତଦନୁଯାୟୀ ତତ୍କାଳ ପଦକ୍ଷେପ ଗ୍ରହଣ କରି ସେମାନଙ୍କୁ ସହାୟତା ଯୋଗାଇ ଦେବେ। ମାର୍ଚ ୨୦୨୦ରୁ ଆଜି ପର୍ଯ୍ୟନ୍ତ ପିତା-ମାତାଙ୍କୁ କୋଭିଡ୍‌ରେ ହରାଇଥିବା ସମସ୍ତ ଶିଶୁଙ୍କୁ ଚିହ୍ନଟ କରି ସେମାନଙ୍କ ବାବଦରେ ଏନ୍‌ସିପିସିଆର୍‌ ୱେବ୍‌ସାଇଟ୍‌ରେ ତଥ୍ୟ ପ୍ରଦାନ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାର ମଧ୍ୟ ଏ ବାବଦରେ ଆଗୁଆ ପଦକ୍ଷେପ ଗ୍ରହଣ କରି ରାଜ୍ୟମାନଙ୍କ ଏ ବାବଦରେ ତଥ୍ୟ ରଖିବାକୁ କହିଛନ୍ତି।

ସମ୍ବନ୍ଧିତ ଖବର