ଦିଲ୍ଲୀ ପ୍ରଦୂଷଣ ନେଇ ନଭେମ୍ବର ୧୦ରେ ସୁପ୍ରିମକୋର୍ଟ ଶୁଣାଣି

ନୂଆଦିଲ୍ଲୀ : ଦିଲ୍ଲୀ ଏନ୍‌ସିଆରରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସଦ୍ୟ ନିର୍ଦ୍ଦେଶାବଳି ଜାରି କରିବାକୁ ସୁପ୍ରିମକୋର୍ଟରେ ଏକ ପିଆଇଏଲ ଦାଖଲ ହୋଇଥିଲା। ସୁପ୍ରିମକୋର୍ଟ ଏହି ପିଆଇଏଲ ଉପରେ ଆସନ୍ତା ନଭେମ୍ବର ୧୦ ତାରିଖରେ ଶୁଣାଣି କରିବେ। ପ୍ରଧାନ ବିଚାରପତି ୟୁୟୁ ଲଳିତ ଏବଂ ଜଷ୍ଟିସ ବେଲା ଏମ୍‌ ତ୍ରିବେଦୀଙ୍କ ଖଣ୍ଡପୀଠ ଆଇନଜୀବୀ ଶଶାଙ୍କ ଶେଖର ଝା’ଙ୍କ ପିଆଇଏଲ୍‌କୁ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି ଏବଂ ଆସନ୍ତା ନଭେମ୍ବର ୧୦ ତାରିଖ‌ରେ ଏହି ମାମଲାରେ ଶୁଣାଣି ହେବ ଆଇନଜୀବୀ ଶଶାଙ୍କ ଶେଖର କହିଛନ୍ତି, ଦିଲ୍ଲୀରେ ଏବେ ନିଃଶ୍ବାସ ନେବା କଷ୍ଟକର ହୋଇପଡ଼ିଛି। ନଡ଼ାପାଳ ଜଳିବା ଯୋଗୁଁ ଦିଲ୍ଲୀରେ ଏକ୍ୟୁଆଇ ଅତି ସାଂଘାତିକ ସ୍ତରକୁ ଚାଲିଯାଇଛି।

ସମ୍ବନ୍ଧିତ ଖବର