ନୂଆଦିଲ୍ଲୀ: ଅଦାଲତ ଅବମାନନା ମାମଲାରେ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣଙ୍କୁ ସୁପ୍ରିମକୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆକ୍ଷେପମୂଳକ ଟୁଇଟ୍ ମାମଲାରେ ନିଜ ଆଡ଼ୁ ମାମଲା ଗ୍ରହଣ କରି ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣଙ୍କୁ କୋର୍ଟ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ଅପରାଧ ପାଇଁ ତାଙ୍କୁ କେଉଁ ଦଣ୍ଡ ଦିଆଯିବ, ସେ ନେଇ ଅଗଷ୍ଟ ୨୦ରେ ସୁପ୍ରିମକୋର୍ଟ ନିଷ୍ପତ୍ତି ନେବେ। ଅବମାନନା ପାଇଁ ୬ମାସ ଜେଲ ଦଣ୍ଡ ରହିଥିବା ବେଳେ ପ୍ରଶାନ୍ତ ଭୂଷଣଙ୍କୁ କେତେ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ, ତାହା ଅଗଷ୍ଟ ୨୦ରେ ଜଣା ପଡ଼ିବ। ଏହି ମାମଲାର ଶୁଣାଣି ସମୟରେ ପ୍ରଶାନ୍ତ ଭୂଷଣ କହିଥିଲେ ଯେ, ଏହି ଟୁଇଟ୍ ଅପ୍ରିୟ ହୋଇପାରେ କିନ୍ତୁ ‘ଅବମାନନା’ ନୁହେଁ। ଏଥିଲାଗି ସେ କ୍ଷମାଯାଚନା ମଧ୍ୟ କରିଥିଲେ।
ସୂଚନାଯୋଗ୍ୟ ଯେ ଭାରତର ମୁଖ୍ୟ ବିଚାରପତି ଏସ ଏ ବବଡେ ଏବଂ ଚାରିଜଣ ପୂର୍ବତନ ମୁଖ୍ୟ ବିଚାରପତିଙ୍କ ବିଷୟରେ ପ୍ରଶାନ୍ତ ଭୂଷଣଙ୍କ ଦ୍ବାରା କରାଯାଇଥିବା ଦୁଇଟି ଆକ୍ଷେପମୂଳକ ପୃଥକ ଟ୍ୱିଟକୁ ନିଜ ଆଡ଼ୁ ବିଚାର ଲାଗି ଗ୍ରହଣ କରି ସୁପ୍ରିମକୋର୍ଟ ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଆରମ୍ଭ କରିଥିଲେ। ଏହା ସହ ଏ ନେଇ ସୁପ୍ରିମକୋର୍ଟ ପ୍ରଶାନ୍ତ ଭୂଷଣଙ୍କୁ ନୋଟିସ ପଠାଇଥିଲେ।
India.comସୂଚନା ମୁତାବକ, ଜୁନ୍ ୨୭ରେ ପ୍ରଶାନ୍ତ ଭୂଷଣ ସୁପ୍ରିମକୋର୍ଟର ଚାରିଜଣ ମୁଖ୍ୟ ବିଚାରପତି ଗଣତନ୍ତ୍ରର ବିନାଶରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଅଭିଯୋଗ କରିଥିଲେ। ଏହା ପରେ ଜୁନ୍ ୨୯ରେ ସେ ବର୍ତ୍ତମାନର ମୁଖ୍ୟ ବିଚାରପତିଙ୍କ ଉପରେ ଜଣେ ବିଜେପି ନେତାଙ୍କ ୫୦ଲକ୍ଷ ଟଙ୍କାର ବାଇକ୍ ଚଢ଼ିବା ଏବଂ ନାଗରିକମାନଙ୍କୁ ନ୍ୟାୟ ପାଇବାର ସେମାନଙ୍କର ମୌଳିକ ଅଧିକାରକୁ ପ୍ରତ୍ୟାଖ୍ୟାନ କରି ସୁପ୍ରିମକୋର୍ଟକୁ ତାଲା ପକାଇ ରଖିଥିବା ଅଭିଯୋଗ କରିଥିଲେ ।
ଏ ନେଇ ଗ୍ୱାଲିଅରର ଜଣେ ଓକିଲ ମେହେକ ମହେଶ୍ୱରୀ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ଅବମାନନା ଆବେଦନ କରିଥିଲେ ଯାହା ପରେ .ସୋ ମୋଟୋ ଅପରାଧିକ ଅବମାନନା ମାମଲାରେ ପରିଣତ ହୋଇଥିଲା। ଜୁଲାଇ ୨୨ରେ ଜଷ୍ଟିସ ଅରୁଣ ମିଶ୍ରଙ୍କ ନେତୃତ୍ୱରେ ଏକ ୩ ଜଣିଆ ଖଣ୍ଡପୀଠ ତାଙ୍କୁ ନୋଟିସ ଜାରି କରିଥିଲେ।
ଏହି ନୋଟିସର ଉତ୍ତରରେ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ କହିଥିଲେ, 'ମୁଖ୍ୟ ବିଚାରପତିଙ୍କ ବିଷୟରେ ସମାଲୋଚନା କରିବା ଦ୍ବାରା ସୁପ୍ରିମକୋର୍ଟର ସମ୍ମାନ ହ୍ରାସ ହେବ ନାହିଁ। ଏହା ବ୍ୟତୀତ ଚାରିଜଣ ପୂର୍ବତନ ମୁଖ୍ୟ ବିଚାରପତିଙ୍କୁ ନେଇ ମୁଁ କରିଥିବା ଟ୍ୱିଟ୍ ଅପ୍ରିୟ ହୋଇପାରେ, କିନ୍ତୁ ଅବମାନନା ନୁହେଁ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/t-85.jpg)