ନୂଆଦିଲ୍ଲୀ : ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ସଂକ୍ରାନ୍ତ ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ ନୋଟିସ କରିଛନ୍ତି। ଦେଶରେ ଜନସଂଖ୍ୟା ଅତିରିକ୍ତ ବଢ଼ିବା ଭଳି ସମସ୍ୟାର ସମାଧାନ ପାଇଁ ସରକାର ନିର୍ଦ୍ଦିଷ୍ଟ ନିୟମ ଏବଂ ନିର୍ଦ୍ଦେଶାବଳି ଆଣିବା ନେଇ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିଲା। ଜଷ୍ଟିସ କେଏମ ଜୋସେଫ ଏବଂ ହୃଶିକେଶ ରାୟ ଏନେଇ ସରକାରଙ୍କଠାରୁ ଜବାବ ମାଗିଛନ୍ତି। ଅଖିଳ ଭାରତୀୟ ସନ୍ଥ ସମିତିର ସାଧାରଣ ସଚିବ ସ୍ବାମୀ ଜିତେନ୍ଦ୍ରାନନ୍ଦ ସରସ୍ବତୀଙ୍କ ଦ୍ବାରା ଏହି ଆବେଦନ ହୋଇଥିଲା। ଆବେଦନକାରୀ ଦାବି କରିଛନ୍ତି ଯେ ପ୍ରତିବର୍ଷ ଜନସଂଖ୍ୟା ବଢ଼ୁଛନ୍ତି କିନ୍ତୁ ପ୍ରାକୃତିକ ସମ୍ବଳ ସୀମିତ। ତେଣୁ ଜନସଂଖ୍ୟା ନିୟନ୍ତ୍ରଣ ଦିଗରେ ସରକାର ନିର୍ଦ୍ଦିଷ୍ଟ ନିୟମ ଆଣିବାପଇଁ ସେ କୋର୍ଟରେ ଆବେଦନ କରିଥିଲେ।
ଜନସଂଖ୍ୟା ନିୟନ୍ତ୍ରଣ ନେଇ ଆବେଦନ, କେନ୍ଦ୍ରକୁ ନୋଟିସ କଲେ ସୁପ୍ରିମକୋର୍ଟ
/sambad/media/post_attachments/wp-content/uploads/2022/09/Supreme_Court_of_India.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)