ଆଇଏନ୍ଏକ୍ସ ମିଡିଆ ମାମଲା: ଚିଦମ୍ବରମ୍ଙ୍କ ଜାମିନ ଆବେଦନ ବିଷୟରେ ପ୍ରବର୍ତ୍ତନ ନିର୍ଦେଶାଳୟକୁ ନୋଟିସ୍ ଦେଲେ ସୁପ୍ରିମ୍ କୋର୍ଟ
ନୂଆଦିଲ୍ଲୀ: ବୁଧବାର ଦିନ ସୁପ୍ରିମ୍ କୋର୍ଟ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍ଙ୍କ ଜାମିନ ଆବେଦନ ସଂକ୍ରାନ୍ତରେ ପ୍ରବର୍ତ୍ତନ ନିର୍ଦେଶାଳୟକୁ ନୋଟିସ୍ ଜାରି କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସଦ୍ୟ ସତ୍ୟପତ୍ର ଫାଇଲ୍ କରିବାକୁ ତଦନ୍ତକାରୀ ଏଜେନ୍ସିକୁ ଜଷ୍ଟିସ୍ ଆର୍ ବାନୁମତୀଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି। ନଭେମ୍ବର ୨୬ ତାରିଖ ଦିନ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସଲିସିଟର୍ ଜେନେରାଲ୍ ତୁଷାର ମେହେଟ୍ଟା ପ୍ରବର୍ତ୍ତନ ନିର୍ଦେଶାଳୟର ପ୍ରତିନିଧିତ୍ୱ କରିଥିଲେ। ନଭେମ୍ବର ୨୫ ତାରିଖ ଦିନ ଏହାର ଜବାବ ଦିଆଯିବ ବୋଲି ସେ ଅଦାଲତଙ୍କୁ ଜଣାଇଛନ୍ତି।
ଗତ ସପ୍ତାହରେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଜାମିନ ଦେବାକୁ ମନା କରି ଦେବାରୁ ଚିଦମ୍ବରମ୍ ସୋମବାର ଦିନ ସୁପ୍ରିମ୍ କୋର୍ଟରେ ଆବେଦନ କରିଥିଲେ।
ମଙ୍ଗଳବାର ଦିନ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡ଼େଙ୍କ ନେତୃତ୍ୱାଧୀନ ଖଣ୍ଡପୀଠଙ୍କ ନିକଟରେ ବରିଷ୍ଠ ଓକିଲ କପିଳ ସିବଲ କରିଥିବା ଆବେଦନରେ ଅନୁରୋଧ କରିଥିଲେ କି, ୯୦ ଦିନରୁ ଊର୍ଦ୍ଧ୍ୱ ହେବ ଜେଲ୍ରେ ଥିବାରୁ ଚିଦମ୍ବରମଙ୍କ ଆବେଦନର ତୁରନ୍ତ ଶୁଣାଣି ହେବା ଆବଶ୍ୟକ।
ବୁଧବାର କିଂବା ଗୁରୁବାର ଦିନ ମାମଲାର ଶୁଣାଣି ହେବ ବୋଲି ପ୍ରଧାନ ବିଚାରପତି ତାଙ୍କୁ କହିଥିଲେ।