ରାଫେଲ୍‌ ରାୟ ନେଇ ‘ଚୌକିଦାର ଚୋର୍‌ ହୈ’ ମନ୍ତବ୍ୟ ପାଇଁ ରାହୁଳ ଗାନ୍ଧୀଙ୍କୁ ନୋଟିସ୍‌ ଜାରି କଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ରାଫେଲ୍‌ ରାୟ ଉପରେ ଅଦାଲତ ଅବମାନନା ମନ୍ତବ୍ୟ ଦେଇଥିବା ଅଭିଯୋଗ କରି ଦାଏର କରାଯାଇଥିବା ପିଟିସନ୍‌ ଆଧାରରେ ସୋମବାର ଦିନ ସୁପ୍ରିମ୍‌ କୋର୍ଟ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କୁ ନୋଟିସ୍‌ ଦେଇଛନ୍ତି।

ନୋଟିସ୍‌ରେ ସୁପ୍ରିମ୍‌ କୋର୍ଟ ରାହୁଳଙ୍କ ଠାରୁ କୈଫୟତ୍‌ ମାଗିବା ସହ ସୋମବାର ପୂର୍ବରୁ ଅଦାଲତରେ ଜବାବ ଦାଖଲ କରିବାକୁ କହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଏପ୍ରିଲ୍‌ ୨୨ ତାରିଖକୁ ଦିନ ଧାର୍ଯ୍ୟ କରାଯାଇଛି।

ଭାରତୀୟ ଜନତା ପାର୍ଟିର ସାଂସଦ ମୀନାକ୍ଷୀ ଲେଖି ଗତ ସପ୍ତାହରେ ରାହୁଳଙ୍କ ବିରୋଧରେ ପିଟିସନ୍‌ ଦାଏର କରିଥିଲେ। ରାଫେଲ୍‌ ରାୟ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ରାହୁଳ ‘ଚୌକିଦାର ଚୋର୍‌ ହୈ’ ବୋଲି ମନ୍ତବ୍ୟ ଦେଇଥିଲେ।

ରାଫେଲ୍‌ ମାମଲାରେ ପୂର୍ବରୁ ସୁପ୍ରିମ୍‌ କୋର୍ଟ ଦେଇଥିବା ରାୟର ସମୀକ୍ଷା କରିବାକୁ କେନ୍ଦ୍ରର ପ୍ରାଥମିକ ଦାବିକୁ ଶୀର୍ଷ ଅଦାଲତ ଅଗ୍ରାହ୍ୟ କରିଦେବା ପରେ କଂଗ୍ରେସ ଅଧ୍ୟକ୍ଷ ଟିପ୍ପଣୀ ଦେଇଥିଲେ: ରାୟରେ ସୁପ୍ରିମ୍‌ କୋର୍ଟ କହିଛନ୍ତି ‘ଚୌକିଦାର ଚୋର୍‌ ହୈ’ ।

ସମ୍ବନ୍ଧିତ ଖବର