ୟୁପି ଏନ୍‌କାଉଣ୍ଟର ଏକ ଗମ୍ଭୀର ମାମଲା : ଯୋଗୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ‌ ନୋଟିସ୍‌

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ପୁଲିସ ଏନ୍‌କାଉଣ୍ଟର ଘଟଣା ଅତୀବ ଗୁରୁତର ଏବଂ ଏହାକୁ ଗମ୍ଭୀରତାର ସହ ନେବା ଉଚିତ୍‌ ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି। ରାଜ୍ୟରେ ପୁଲିସ ଏନ୍‌କାଉଣ୍ଟରଗୁଡ଼ିକର ସିବିଆଇ ଏବଂ ଏସ୍‌ଆଇଟି ତଦନ୍ତ ଦାବି କରି ସୁପ୍ରିମକୋର୍ଟରେ ହୋଇଥିବା ଏକ ପିଆଇଏଲ୍‌କୁ ଆଧାର କରି କୋର୍ଟ ଆଜି ୟୁପି ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଉତ୍ତରପ୍ରଦେଶରେ ଯୋଗୀ ସରକାରଙ୍କ ଅଧୀନରେ ହୋଇଥିବା ୧୧୦୦ ପୁଲିସ ଏନ୍‌କାଉଣ୍ଟରର ସିବିଆଇ ତଦନ୍ତ ପାଇଁ ଏକ ପିଆଇଏଲ୍‌ ଦାଖଲ ‌ହୋଇଛି। ପିୟୁସିଏ୍‌ (ପିପୁଲ୍ସ ୟୁନିଅନ୍‌ ଅଫ୍ ସିଭିଲ୍‌ ଲିବର୍ଟିଜ୍‌) ଦ୍ବାରା ହୋଇଥିବା ଏକ ଆବେଦନରେ ଦର୍ଶାଯାଇଛି ଯେ ୫୯ ଜଣଙ୍କୁ ହତ୍ୟା କରାଯାଇଛି ଏବଂ ଏନ୍‌କାଉଣ୍ଟରରେ ୩୭୦ ଜଣ ଆହତ ହୋଇଛନ୍ତି। ପିୟୁସିଏଲ୍‌ ଆବେଦନରେ ଦର୍ଶାଯାଇଛି ଯେ ରାଜ୍ୟ ପ୍ରଶାସନ ନି‌ର୍ଦ୍ଦେଶରେ ହୋଇଥିବା ଏହି ପୁଲିସ୍ ଏନ୍‌କାଉଣ୍ଟର ମାନବିକ ଅଧିକାରର ଉଲ୍ଲଂଘନ କରୁଛି। ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ନେତୃତ୍ବ‌ରେ ଗଠିତ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣିକୁ ‌ଫେବ୍ରୁଆରି ୧୨ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି।

ସମ୍ବନ୍ଧିତ ଖବର