ସୁପ୍ରିମ୍‌କୋର୍ଟଙ୍କ ଐତିହାସିକ ରାୟ: ନାବାଳିକା ପତ୍ନୀଙ୍କ ସହ ଶାରୀରିକ ସଂପର୍କକୁ ଦୁଷ୍କର୍ମ ଭାବେ ଗ୍ରହଣ କରାଯିବ

ନୂଆଦିଲ୍ଲୀ:  ୧୮ ବର୍ଷରୁ କମ୍‌ ବୟସର ପତ୍ନୀଙ୍କ ସହିତ ଶାରୀରିକ ସଂପର୍କକୁ ଦୁଷ୍କର୍ମ ଭାବେ ଗ୍ରହଣ କରାଯିବ ବୋଲି ସୁପ୍ରିମ୍‌କୋର୍ଟ ବୁଧବାର ଏକ ଐତିହାସିକ ରାୟରେ କହିଛନ୍ତି।  ୧୫ରୁ ୧୮ ବର୍ଷ ବୟସର ନାବାଳିକା ପତ୍ନୀଙ୍କ ସହିତ ଶାରୀରିକ ସଂପର୍କକୁ ଦୁଷ୍କର୍ମ ଶ୍ରେଣୀରୁ ବାହାରେ ରଖାଯିବ ନାହିଁ ଏବଂ ଏହାକୁ ଦୁଷ୍କର୍ମ ଭାବେ ହିଁ ଗ୍ରହଣ କରାଯିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଏ ବାବଦରେ ପୂର୍ବରୁ ଥିବା  ଆଇପିସିର  ଧାରା ୩୭୫ (୨)କୁ କୋର୍ଟ ଖାରଜ କରିଦେଇଛନ୍ତି। ଏହି ଧାରାରେ ନାବାଳିକା ପତ୍ନୀଙ୍କ ସହିତ ଶାରୀରିକ ସଂପର୍କ ମାମଲାରେ ସ୍ୱାମୀଙ୍କୁ ସୁରକ୍ଷା ମିଳୁଥିବାରୁ କୋର୍ଟ ଏ ବାବଦରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ୧୫ରୁ ୧୮ ବର୍ଷ ବୟସର ନାବାଳିକା ପତ୍ନୀଙ୍କ ସହ ଶାରିରୀକ ସଂପର୍କ ମାମଲାରେ ସ୍ୱାମୀଙ୍କ ବିରୋଧରେ ଦୁଷ୍କର୍ମ ମକଦ୍ଦମା ଚାଲିପାରିବ ବୋଲି କୋର୍ଟ କହିଛନ୍ତି। ତେବେ ପତ୍ନୀ ବର୍ଷକ ଭିତରେ ହିଁ ଅଭିଯୋଗ ଦାଖଲ କଲେ ଦୁଷ୍କର୍ମ ମାମଲା ଚାଲିବ ବୋଲି କୋର୍ଟ କହିଛନ୍ତି।

କୋର୍ଟଙ୍କ ଏହି ରାୟ ପରବର୍ତ୍ତୀ ମାମଲାଗୁଡ଼ିକରେ ଲାଗୁହେବ ଏବଂ ବର୍ତ୍ତମାନ ବିଚାରାଧୀନ ଥିବା ମାମଲାରେ କିଛି ଫରକ୍‌ ପଡ଼ିବ ନାହିଁ ବୋଲି କୁହାଯାଇଛି ।  ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଇଣ୍ଡିପେଣ୍ଡେଣ୍ଟ ଥଟ୍‌’ ଧାରା ୩୭୫ (୨)କୁ ଅତ୍ୟନ୍ତ ଭେଦଭାବ ପୂର୍ଣ୍ଣ ଏବଂ ଏହା ନାବାଳିକା ବିବାହିତାଙ୍କ ପ୍ରତି ଅନ୍ୟାୟ ବୋଲି ଦର୍ଶାଇ  ଏହାକୁ ରଦ୍ଦ କରିବା ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଥିଲା। ଏହି ଧାରା ଅନୁଯାୟୀ ନାବାଳିକା ପତ୍ନୀଙ୍କ ସହିତ ଶାରୀରିକ ସଂପର୍କକୁ ଦୁଷ୍କର୍ମ ଭାବେ ଗ୍ରହଣ କରାଯାଉନଥିଲା।  ଆଜି ଏ ବାବଦରେ ସୁପ୍ରିମ୍‌ କୋର୍ଟଙ୍କ ଐତିହାସିକ ରାୟ ଦେଶର ୨.୩ କୋଟି ନାବାଳିକା ବିବାହିତାଙ୍କ ଅଧିକାରକୁ ସୁରକ୍ଷିିତ ରଖିବ । ଦେଶରେ ବାଲ୍ୟ ବବାହକୁ ଏକ ବାସ୍ତବତା ବୋଲି ସରକାର ଦେଖାଇଥିବା ଯୁକ୍ତିକୁ ସୁପ୍ରିମ୍‌ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ଏ ବାବଦରେ ଶୁଣାଣି ପାଇଁ ସୁପ୍ରିମ୍‌ କୋର୍ଟ ବିଚାରପତି ମଦନ ବି ଲୋକୁରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସେପ୍‌୍‌ଟେମ୍ବର ୬ରେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥିଲେ ଯେ ୧୮ ବର୍ଷକୁ ପ୍ରାପ୍ତବୟସ୍କ ଭାବେ ଗ୍ରହଣ କରାଯାଇଥିବା ବେଳେ ନାବାଳିକାଙ୍କ କ୍ଷେତ୍ରରେ ଭେଦଭାବ କିଭଳି କରାଯାଇପାରିବ।

ଶାରିରୀକ ସଂପର୍କ ପାଇଁ ୧୮ ବର୍ଷରୁ କମ୍‌ ବୟସର ନାବାଳିକାଙ୍କ ସହମତିକୁ ମଧ୍ୟ ଏ କ୍ଷେତ୍ରରେ ଯୁକ୍ତି ଭାବେ ଗ୍ରହଣ କରାଯାଇପାରିବ ନାହିଁ ଏବଂ ଅଭିଯୋଗ ଆଧାରରେ ଦୁଷ୍କର୍ମ ମାମଲା ଯଥାରୀତି ଚାଲିବ ବୋଲି କୋର୍ଟ କହିଛନ୍ତି।  ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ଅନୁଯାୟୀ ୧୮ରୁ ୨୯ ବର୍ଷ ବୟସର ମହିଳାଙ୍କ ମଧ୍ୟରୁ ୪୬ ପ୍ରତିଶତଙ୍କ ବିବାହ ୧୮ ବର୍ଷ ହେବା ପୂର୍ବରୁ ହୋଇଥିବା ଜଣାପଡ଼ିଛି। ଏ ବାବଦରେ ଶୁଣାଣି ପାଇଁ ସୁପ୍ରିମ୍‌ କୋର୍ଟ ବିଚାରପତି ମଦନ ବି ଲୋକୁରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସେପ୍‌୍‌ଟେମ୍ବର ୬ରେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥିଲେ ଯେ ୧୮ ବର୍ଷକୁ ପ୍ରାପ୍ତବୟସ୍କ ଭାବେ ଗ୍ରହଣ କରାଯାଇଥିବା ବେଳେ ନାବାଳିକାଙ୍କ କ୍ଷେତ୍ରରେ ଭେଦଭାବ କିଭଳି କରାଯାଇପାରିବ। ଶାରିରୀକ ସଂପର୍କ ପାଇଁ ୧୮ ବର୍ଷରୁ କମ୍‌ ବୟସର ନାବାଳିକାଙ୍କ ସହମତିକୁ ମଧ୍ୟ ଏ କ୍ଷେତ୍ରରେ ଯୁକ୍ତି ଭାବେ ଗ୍ରହଣ କରାଯାଇପାରିବ ନାହିଁ ଏବଂ ଅଭିଯୋଗ ଆଧାରରେ ଦୁଷ୍କର୍ମ ମାମଲା ଯଥାରୀତି ଚାଲିବ ବୋଲି କୋର୍ଟ କହିଛନ୍ତି।  ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ଅନୁଯାୟୀ ୧୮ରୁ ୨୯ ବର୍ଷ ବୟସର ମହିଳାଙ୍କ ମଧ୍ୟରୁ ୪୬ ପ୍ରତିଶତଙ୍କ ବିବାହ ୧୮ ବର୍ଷ ହେବା ପୂର୍ବରୁ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର